ଭୁବନେଶ୍ୱର: ସୋସିଆଲ ମିଡିଆରୁ ଦୂରେଇଲେ ଅରବିନ୍ଦ ପାଢ଼ୀ । ବରିଷ୍ଠ IAS ଅଧିକାରୀ ଅରବିନ୍ଦ ପାଢ଼ୀ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ଛାଡ଼ିବା ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ ଛାଡିବା ବେଳେ ଏକ ପୋଷ୍ଟରେ ଲେଖିଛନ୍ତି, “ପ୍ଲାଟଫର୍ମରେ ମୋର ଉପସ୍ଥିତି ସବୁବେଳେ ସରଳ ନୀତି ଉପରେ ଆଧାରିତ ଥିଲା। ବ୍ୟକ୍ତିଗତ, ସକରାତ୍ମକ ଓ ଗଠନମୂଳକ ଚିନ୍ତାଧାରା ବାଣ୍ଟିବା ଥିଲା ମୋର ନୀତି। ମୁଁ ସଚେତନ ନାଗରିକ ଭାବରେ ସବୁବେଳେ ନକାରାତ୍ମକ କଥାଠାରୁ ଦୂରେଇ ରୁହେ।
ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ଛାଡ଼ିଲେ ବରିଷ୍ଠ IAS ଅଧିକାରୀ ଅରବିନ୍ଦ ପାଢ଼ୀ








