ଓଡ଼ିଶା

୧୩ ଓ ୧୪ରେ ପୁଣି ଶୀତରେ ଥରିବ ସମଗ୍ର ରାଜ୍ୟ

ଭୁବନେଶ୍ୱର: ଦୁଇ ଦିନ ପରେ ପୁଣି ଶୀତରେ ଥରିବ ସମଗ୍ର ରାଜ୍ୟ । ଆକାଶରୁ ବାଦଲ ହଟିବା ପରେ ପୁଣି ବିଭିନ୍ନ ସ୍ଥାନରେ ଶୀତର ପ୍ରକୋପ ବଢ଼ିବ । ମଙ୍ଗଳବାର ଓ ବୁଧବାର ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ପାରଦ ପୁଣି ତଳମୁହାଁ ହେବ ଏହି ସମୟରେ ଅଧିକ ଶୀତ ଅନୁଭୂତ ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି ।

ଆଗାମୀ ୩ଦିନରେ ୨ରୁ ୩ ଡିଗ୍ରି ସେଲସିୟସ ଖସିବ ତାପମାତ୍ରା । ଶୀତ ସାଙ୍ଗକୁ କିଛି ରାଜ୍ୟର କିଛି ସ୍ଥାନରେ ତୁଷାରପାତ ଦେଖିବାକୁ ମିଳିଛି । ତଥ୍ୟ ଅନୁଯାୟୀ, ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୬.୫ ଡିଗ୍ରୀ ରହିଥିବାବେଳେ ଫୁଲବାଣୀରେ ୭ ଡିଗ୍ରୀ, ରାଉରକେଲା ୮ ଡିଗ୍ରୀ, ଝାରସୁଗୁଡା ୮.୩ ଡିଗ୍ରୀ, ନବରଙ୍ଗପୁର ୮.୫ ଡିଗ୍ରୀ ଓ କିରେଇରେ ୯.୮ ଡିଗ୍ରୀ ରେକର୍ଡ କରାଯାଇଛି ।

ଆକାଶକୁ ବାଦଲ ଘେରି ରହିଥିବାରୁ ରାଜ୍ୟର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ଉପରମୁହାଁ ହେବାରୁ ଶୀତ କମିଯାଇଥିଲା । ଆକାଶ ମେଘମୁକ୍ତ ହେବା ପରେ ଶୀତ ପୁଣି ବଢ଼ିବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି ।

 

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL