ଜାତୀୟ

ଏକ୍ସପ୍ରେସୱେରେ ଦୁର୍ଘଟଣା; ୩ ଶ୍ରମିକ ମୃତ, ୭ ଆହତ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ସୁଲତାନପୁର ଜିଲ୍ଲାର ପୂର୍ବାଞ୍ଚଳ ଏକ୍ସପ୍ରେସୱେରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲାବେଳେ ଅନ୍ୟ ୭ ଜଣ ଆହତ ହୋଇଛନ୍ତି । ଘନ କୁହୁଡ଼ି କାରଣରୁ ଏପରି ଦୁର୍ଘଟଣା ଘଟିଥିବା ଜଣାପଡିଛି । ସୂଚନା ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତକଙ୍କ ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଯିବା ସହ ସେମାନଙ୍କ ପରିବାରକୁ ସୂଚନା ଦିଆଯାଇଛି । ଅଭିଯୋଗ ପାଇବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ସୂଚନାନୁଯାୟୀ, ପିକଅପ୍ ଡ୍ରାଇଭର ୧୪ ଜଣ ଶ୍ରମିକଙ୍କୁ ନେଇ ରାୟବରେଲିରୁ ଆଜମଗଡ଼ ଯାତ୍ରା କରୁଥିଲେ । ଅଧା ରାସ୍ତାରେ ଏକ ଅଜଣା ଟ୍ରକ୍ ପିକଅପକୁ ପଛରୁ ଧକ୍କା ଦେଇଥିଲା । ଯାହା ପରେ ଟ୍ରକ୍ ଡ୍ରାଇଭର ଗାଜିପୁର ଆଡ଼କୁ ପଳାଇ ଯାଇଥିଲେ ଏବଂ ପିକଅପ୍‌ଟି MBCB ସହିତ ଧକ୍କା ହୋଇ ଓଲଟି ପଡ଼ିଥିଲା ।  ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ଘଟିଥିଲା । ଏଥିସହ ଆହତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସରେ ଦୋସ୍ତପୁର ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା ଏବଂ ପରେ ଆକବରପୁର ଜିଲ୍ଲା ଡାକ୍ତରଖାନାକୁ ରେଫର କରାଯାଇଥିଲା । ପରବର୍ତ୍ତୀ ସମୟରେ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL