ବେଜିଂ: ଚୀନ୍ର ଉହାନ ସହରରୁ ଆରମ୍ଭ ହୋଇଥିବା କୋଭିଡ-୧୯ ସାରା ବିଶ୍ୱରେ ଭୟ ସୃଷ୍ଟି କରିଥିଲା। ଏହି ସଂକ୍ରମଣ ୨୦୧୯ ଶେଷ ଭାଗରେ ଆରମ୍ଭ ହୋଇଥିଲା। ଏବେ ଆଉ ଏକ ଭାଇରସ ସଂକ୍ରମଣ ଆତଙ୍କ ସୃଷ୍ଟି କରିଛି। ଏହି ଭାଇରସକୁ ନୋରୋଭାଇରସ୍ କୁହାଯାଉଛି। ଏହି ଭାଇରସ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଗୋଟିଏ ସ୍କୁଲରେ ୧୦୦ ରୁ ଅଧିକ ଛାତ୍ରଛାତ୍ରୀ ଏହା ଦ୍ବାରା ସଂକ୍ରମିତ ହୋଇଥିବା ଜଣାପଡ଼ିଛି।ଦକ୍ଷିଣ ଚୀନ୍ର ଗୁଆଙ୍ଗଡୋଙ୍ଗ ପ୍ରଦେଶର ଫୋସାନ ସହରର ଏକ ସିନିୟର ହାଇସ୍କୁଲର ୧୦୩ ଜଣ ଛାତ୍ରଛାତ୍ରୀଙ୍କ ନମୁନା ପରୀକ୍ଷା ରିପୋର୍ଟ ନୋରୋଭାଇରସ ପଜିଟିଭ୍ ଆସିଛି।। ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀମାନେ ଶନିବାର କହିଛନ୍ତି ଯେ, କୌଣସି ମାମଲା ଗୁରୁତର ନୁହେଁ। ଏନେଇ କୌଣସି ମୃତ୍ୟୁ ରିପୋର୍ଟ ହୋଇନାହିଁ
ଚୀନ୍ରେ ନୋରୋଭାଇରସ୍ ଆତଙ୍କ: ୧୦୦ରୁ ଅଧିକ ସଂକ୍ରମିତ






