ଭୁବନେଶ୍ୱର : ଅଖିଳେଶ ଓ ନବୀନଙ୍କ ଭେଟଘାଟନେଇ ବଢିଲା ଚର୍ଚ୍ଚା l ଓଡିଶା ଗସ୍ତରେ ଥିବା ସମାଜବାଦୀ ପାର୍ଟି ମୁଖ୍ୟ ତଥା ଉତ୍ତର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଆଜି ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି l ଏହି ଭେଟ ଘାଟକୁ ନେଇ ଅଖିଳେଶ କହିଛନ୍ତି, “ନବୀନଙ୍କ ଭଲ ନିଷ୍ପତିଗୁଡିକ ଯୋଗୁଁ ଓଡିଶା ବିକାଶର ରାସ୍ତାରେ ଆଗକୁ ବଢିଛି l ନବୀନଙ୍କ ସ୍ୱାସ୍ଥ୍ୟ ଭଲ ଅଛି, ତାଙ୍କ ଭିତରେ ଉତ୍ସାହ ବି ଅଛି l ନବୀନ ଆଗକୁ ରାଜ୍ୟରୁ ବିଜେପିକୁ ହଟେଇବେ l ନବୀନଙ୍କ ବାପା ଓ ନେତାଜୀ ଏକା ସାଙ୍ଗ ରେ କାମ କରିଛନ୍ତି l ଏହି ସମ୍ପର୍କକୁ ଆମେ ଆଗକୁ ବଢାଇବୁ l ” ଆଜି ଏଠାରେ ଏମିତି କହିଛନ୍ତି ଉତ୍ତର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ l 2027 ଉତ୍ତର ପ୍ରଦେଶ ନିର୍ବାଚନ ପରେ ଓଡିଶା ଉପରେ ଫୋକସ କରିବ ସମାଜବାଦୀ ପାର୍ଟି ବୋଲି କହିଛନ୍ତି ଅଖିଳେଶ ଯାଦବ l
ନବୀନଙ୍କୁ ଭେଟିଲେ ଅଖିଳେଶ ଯାବଦ









