ଢାକା : ବାଂଲାଦେଶରେ ପୁଣି ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା । ବିଏନପି ପାର୍ଟିର ଜଣେ ନେତା ହିନ୍ଦୁ ଯୁବକଙ୍କ ଉପରେ ଜାଣିଶୁଣି ଗାଡ଼ି ଚଢାଇ ହତ୍ୟା କରିଥିବା ଜଣାପଡିଛି । ଘଟଣା ରାଜାବାଡୀ ଜିଲ୍ଲା ସଦର ଉପଜିଲ୍ଲାରେ ଘଟିଛି । ଏଠାକାର ଏକ ପେଟ୍ରୋଲ ପମ୍ପରେ କାମ କରୁଥିବା ହିନ୍ଦୁ ଯୁବକକୁ ଜାଣିଶୁଣି ଗାଡ଼ି ଚଢାଇ ହତ୍ୟା କରାଯାଇଛି ।
ମୃତକ ଜଣକ ରିପନ ଶାହ (୩୦) ଭାବେ ଚିହ୍ନଟ କରାଯାଇଛି । ସେ ରାଜାବାଡୀ ଗୋଲନ୍ଦା ଛକ ନିକଟସ୍ଥ କରିମ ଫିଲିଂ ଷ୍ଟେସନରେ କାମ କରୁଥିଲା । ଗାଡ଼ି ମାଲିକ ପେଟ୍ରୋଲ ପମ୍ପରେ ତେଲ ଭରିବା ପରେ ପଇସା ନ ଦେଇ ପଳାଉଥିଲା । ରିପନ ଗାଡିକୁ ଅଟକାଇବାକୁ ଚେଷ୍ଟା କରିବାରୁ ସେ ତାଙ୍କ ଉପରେ ଗାଡ଼ି ଚଢେଇ ଦେଇଥିବା ବେଳେ ଘଟଣାସ୍ଥଳରେ ରିପନଙ୍କର ମୃତ୍ୟୁ ହୋଇଛି ।
ଘଟଣା ସମ୍ପର୍କରେ ପୋଲିସ କହିଛି ଗାଡି଼କୁ ଜବତ କରାଯାଇଛି ଓ ମାଲିକ ଅବୁଲ ହାସେମକୁ ଗିରଫ କରାଯାଇଛି । ପୋଲିସ ମାମଲାର ତଦନ୍ତ ଆରମ୍ଭ କରି କେସ୍ ଦାୟର କରିଛି । ଗାଡ଼ି ମାଲିକ ଅବୁଲ ହାସେମ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନପି)ର ରାଜବାଡୀ ଜିଲ୍ଲା ୟୁନିଟରେ ପୂର୍ବରୁ କୋଷାଧ୍ୟକ୍ଷ ଥିଲେ ।





