ଭୁବନେଶ୍ୱର: ବିଜେଡି ବିରୋଧରେ ଚାଲିଥିଲା ମିଡ୍ ଡେ ଅପରେସନ । ଦଳକୁ ଦୁର୍ବଳ କରିବାକୁ ଏକ ବଡ ଷଡଯନ୍ତ୍ର କରାଯାଇଥିଲା । ଯାହାକୁ ଶକ୍ତ ଧକ୍କା ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ମିଡ୍ ଡେ’ ଅପରେସନ ବି ଫେଲ୍ ହୋଇଛି ବୋଲି ଗଣମାଧ୍ୟମରେ ବିସ୍ଫୋରକ ବୟାନ ଦେଇଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ସେ କହିଛନ୍ତି ‘ମିଡ୍ ନାଇଟ୍ ଅପରେସନ ଫେଲ୍ ହୋଇଥିଲା, ମିଡ୍ ଡେ’ ଅପରେସନ ବି ଫେଲ୍’ ହୋଇଛି । ମିଡ୍ ଇଭିନିଙ୍ଗ ଅପରେସନ୍ ବି ଫେଲ୍ ହେବ । ‘ଦଳକୁ ଦୁର୍ବଳ କରିବାକୁ ଷଡ଼ଯନ୍ତ୍ର କରାଯାଇଥିଲା । ‘ଏଥିରେ ବିଜୟ ମହାପାତ୍ର, ଅରବିନ୍ଦ ମହାପାତ୍ର, ସନାତନ ମହାକୁଡ ଅଂଶ ଥିଲେ । ‘ଗତ କିଛି ମାସ ହେବ ଏମାନେ ଷଡ଼ଯନ୍ତ୍ରରେ ସାମିଲ୍ ଥିଲେ’ । ‘କିଛି ଲାଗିଛନ୍ତି ଦଳକୁ ଦୁର୍ବଳ କରିବାକୁ, ସେମାନଙ୍କୁ ବିଜୟ ମହାପାତ୍ର ବ୍ୟାକଅପ୍ ଦେଉଥିଲେ ।
ତେବେ ଏଠାରେ ଗୋଟେ ପ୍ରଶ୍ନ ଉଠୁଛି ଯେ ଅନ୍ୟମାନଙ୍କ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉନି । ଯେପରିକି ଦେବାଶିଷ ସାମନ୍ତରାୟଙ୍କ ଭଳି କିଛି ନେତା । ଲେନିନ କହିଛନ୍ତି ସେମାନେ କେବେ କାହିନାହାଁନ୍ତି ଦଳ ଭାଙ୍ଗୁ ବୋଲି, କିନ୍ତୁ ଏମାନେ ଦଳକୁ କ୍ଷତି କରିବାକୁ ଚେଷ୍ଟା କରୁଥିଲେ, ସେଥିପାଇଁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ବିଜେଡି ସୁପ୍ରିମୋ ପୁଣି ଥରେ ପ୍ରମାଣ କରି ଦେଖାଇଛନ୍ତି ଯେ ବିରୋଧୀ ଦଳରେ ଥାଇ ମଧ୍ୟ ଜଣେ ସିଟିଂ ଏମଏଲଏଙ୍କ ଉପରେ ବି କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ । ଯିଏ ଦଳର କ୍ଷତି ଚାହିଁବ ସେ ଯିଏ ବି ହେଉ ତାଙ୍କୁ ଆଉଟ୍ କରାଯିବ ।








