ଓଡ଼ିଶା

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ: ଶୁଭ ବେଳାରେ ଆରମ୍ଭ ହେବ ରତ୍ନଭଣ୍ଡାର ଗଣତି ମଣତି

ପୁରୀ :  ଶ୍ରୀମନ୍ଦିର ରତ୍ନଭଣ୍ଡାର ରତ୍ନ ଅଳଙ୍କାର ଗଣତି ମଣତି ନେଇ ସଂଶୋଧିତ ମାର୍ଗଦର୍ଶିକାରେ ମୋହର ମାରିଲା ପରିଚାଳନା କମିଟି  ।  ରାଜ୍ୟ ସରକାରଙ୍କ ଅନୁମୋଦନ ଆସିବା ପରେ ଶୁଭ ବେଳାରେ ଗଣତି ମଣତି ଆରମ୍ଭ ହେବ ।  ତାରିଖ ସ୍ଥିରିକୃତ ହୋଇ ରାଜ୍ୟ ସରକାରଙ୍କୁ ଦିଆଯିବ ।  ଗଣତିମଣତି ବେଳେ ଭକ୍ତଙ୍କ ଦର୍ଶନ ପ୍ରଭାବିତ ହେବ ନାହିଁ ।  ବାହାରକାଠରୁ ଦର୍ଶନ ହେବ ।  ପରିଚାଳନା କମିଟି ବୈଠକ ଶେଷ ହେବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଏହି ସୂଚନା ଦେଇଛନ୍ତି ।  ସେହିପରି ଗୁଣ୍ଡିଚା ମନ୍ଦିର ସଂପର୍କରେ ବୈଠକରେ ଆଲୋଚନା ହୋଇଛି ।  ଗୁଣ୍ଡିଚା ମନ୍ଦିରକୁ ଆଉ ନିଲାମ ଦିଆଯିବ ନାହିଁ ।  ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ବୁଲି ଦେଖିବା ପରେ ଗୁଣ୍ଡିଚା ମନ୍ଦିର ଖୋଲିବ ।

ଭକ୍ତଙ୍କ ପାଇଁ ପ୍ରବେଶ ଫି ଦଶ ଟଙ୍କା ରଖାଯାଇଛି । ମୋବାଇଲ ଓ ଜୋତାଷ୍ଟାଣ୍ଡ ନିଶୁଳ୍କ ରହିବ ।  ୪ ଟି ଭକ୍ତ ନିବାସ ପାଇଁ ୫୦୦ ଟଙ୍କା ପାର୍କିଂ କରାଯାଇଥିଲା ।  ଏହା ୫୦୦ ପରିବର୍ତ୍ତେ ୨୪୦ ଟଙ୍କା ରହିବ ।  ଆସନ୍ତାକାଲି ଠାରୁ ଏହା ଲାଗୁ ହେବ ।  ସେହିପରି ସେବାୟତଙ୍କ ପାଇଁ ମଧ୍ୟ ଲାଗୁ ହେଲା ମୋବାଇଲ ଫୋନ୍ କଟକଣା ।  କଥାବାର୍ତ୍ତା ପାଇଁ ଶାଖା କାର୍ଯ୍ୟାଳୟରେ ଫୋନ୍ ବ୍ୟବହାର କରିପାରିବେ ।  ଖୋଲାଖୋଲି ମୋବାଇଲ ଫୋନ୍ ବ୍ୟବହାର କଲେ ହେବ କାର୍ଯ୍ୟାନୁଷ୍ଠାନ ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL