ଜାତୀୟ

ସାଧାରଣତନ୍ତ୍ର ଦିବସ ପୂର୍ବରୁ ଆତଙ୍କୀ ଆକ୍ରମଣ ଆଶଙ୍କା, ସାରା ଦେଶରେ ହାଇ-ଆଲର୍ଟ

ନୂଆଦିଲ୍ଲୀ : ସାଧାରଣତନ୍ତ୍ର ଦିବସ ପୂର୍ବରୁ ଦିଲ୍ଲୀ ସମେତ ଆଖପାଖ ଅଞ୍ଚଳରେ ହାଇ ଆଲର୍ଟ ଜାରି । ସାଧାରଣତନ୍ତ୍ର ଦିବସରେ ଖଲିସ୍ତାନୀ ଏବଂ ବାଂଲାଦେଶୀ ଆତଙ୍କବାଦୀ ଗୋଷ୍ଠୀ ବଡ଼ ଯୋଜନା କରୁଥିବା ନେଇ ଗୁଇନ୍ଦା ସୂଚନା ଆଧାରରେ ଆଲର୍ଟ ଜାରି ହୋଇଛି । ଦିଲ୍ଲୀ ସମେତ ଦେଶର ପ୍ରମୁଖ ସହର ଉପରେ ରହିଛି ଆତଙ୍କୀ ସଂଗଠନର ନଜର । ଏଥର ଗ୍ୟାଙ୍ଗଷ୍ଟରଙ୍କୁ ମୋହରା କରି ହିଂସାକାଣ୍ଡ ଭିଆଇବାକୁ ଯୋଜନା କରିଛନ୍ତି ଆତଙ୍କୀ ସଂଗଠନ । ଏଭଳି କିଛି ସୂଚନା ପାଇ ସଜାଗ ହୋଇଛି ଗୁଇନ୍ଦା ବିଭାଗ ।

ସୂଚନା ଅନୁସାରେ, ଖଲିସ୍ତାନୀ ଆତଙ୍କୀ ସଂଗଠନ ଓ ବାଂଲାଦେଶ ଭିତ୍ତିକ ଆତଙ୍କୀ ଗୋଷ୍ଠୀମାନେ ମିଳିତ ଭାବେ ଦେଶର ରାଜଧାନୀ ଦିଲ୍ଲୀ ସମେତ ଏକାଧିକ ପ୍ରମୁଖ ସହରକୁ ଟାର୍ଗେଟ୍ କରିବାକୁ ଯୋଜନା କରୁଛନ୍ତି । ତେବେ ଚିନ୍ତାର ବିଷୟ ଯେ, ବିଦେଶରୁ ପରିଚାଳିତ ଆତଙ୍କୀ ସଂଗଠନ ଏବେ ଭାରତ ଗ୍ୟାଙ୍ଗଷ୍ଟରଙ୍କୁ ଅସ୍ତ୍ର କରିଛନ୍ତି । ଅପରାଧୀ ଗୋଷ୍ଠୀଗୁଡ଼ିକର ନେଟୱର୍କକୁ ବ୍ୟବହାର କରି ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ବିଗାଡ଼ିବା ଏବଂ ଅରାଜକତା ସୃଷ୍ଟି କରିବା ପାଇଁ ବଡ଼ ଧରଣର ଷଡ଼ଯନ୍ତ୍ର ରଚାଯାଇଛି ।

ସେହିପରି ପଞ୍ଜାବର ଗ୍ୟାଙ୍ଗଷ୍ଟର ଓ ଖଲିସ୍ତାନୀ ହ୍ୟାଣ୍ଡଲରଙ୍କ ମଧ୍ୟରେ ବଢୁଥିବା ସଂପର୍କ ବି ଚିନ୍ତାର କାରଣ ପାଲଟିଛି । ଖଲିସ୍ତାନୀ ଆତଙ୍କୀଙ୍କ ସହ ସମ୍ପର୍କ ରଖିଥିବା ଗ୍ୟାଙ୍ଗଷ୍ଟରମାନେ ମୁଖ୍ୟତଃ ହରିୟାଣା, ଦିଲ୍ଲୀ-ଏନସିଆର, ଉତ୍ତର ପ୍ରଦେଶ ଓ ରାଜସ୍ଥାନରେ ଅଧିକ ସକ୍ରିୟ ରହିଛନ୍ତି । ଯାହାଙ୍କୁ ନିୟନ୍ତ୍ରଣ କରିବା ସୁରକ୍ଷା ଏଜେନ୍ସୀମାନଙ୍କ ପାଇଁ ବଡ଼ ଆହ୍ବାନ ପାଲଟିଛି । ଏଣୁ ଗୁଇନ୍ଦା ସୂଚନା ପରେ ବିଶେଷକରି ଦିଲ୍ଲୀର ସୀମା, ବିମାନବନ୍ଦର, ରେଳ ଷ୍ଟେସନ ଓ ଜନଗହଳିପୂର୍ଣ୍ଣ ସ୍ଥାନଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସନ୍ଦିଗ୍ଧ ବ୍ୟକ୍ତି ଓ ଗତିବିଧି ଉପରେ କଡ଼ା ନଜର ରଖିବାକୁ ସମସ୍ତ ରାଜ୍ୟର ପୋଲିସ ବାହିନୀକୁ ପରାମର୍ଶ ଦିଆଯାଇଛି । ଗୁପ୍ତଚର ବିଭାଗ ଓ ପୋଲିସ ମଧ୍ୟରେ ସମନ୍ୱୟ ରକ୍ଷା କରାଯାଇ ସମ୍ଭାବ୍ୟ ବିପଦକୁ ଏଡ଼ାଇବା ପାଇଁ ପ୍ରୟାସ ଜାରି ରହିଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL