ଭୁବନେଶ୍ବର: ଦିନରେ ଦୋକାନୀ, ରାତିରେ ଡକାୟତି । ରେଳ ଷ୍ଟେସନ ପାଖରୁ ୬ଜଣ ଅଭିଯୁକ୍ତଙ୍କୁ କାବୁ କଲା ଜିଆରପି । ଅଭିଯୁକ୍ତମାନେ ରେଳ ଯାତ୍ରୀଙ୍କୁ ଟାର୍ଗେଟ କରୁଥିଲେ । ସୁବିଧା ଓ ମୌକା ଦେଖି ଲୁଟପାଟ କରୁଥିଲେ । ଏଭଳି ଡକାୟତି କରୁଥିବା ଛଅ ଜଣଙ୍କୁ ଗିରଫ କରିଛି ଭୁବନେଶ୍ୱର ଜିଆରପି । ସେମାନଙ୍କ ଠାରୁ ଭୁଜାଲି ଛୁରି,ସ୍କ୍ରୁ ଡ୍ରାଇଭର ସମେତ ବନ୍ଧୁକ ଓ ଗୁଳି ମଧ୍ୟ ଜବତ କରିଛି ଜିଆରପି ଥାନା ପୋଲିସ ।
ଭୁବନେଶ୍ୱର ଷ୍ଟେସନ ପାଖାପାଖି ଏଭଳି ଡକାୟତି ଉଦ୍ୟମ ଖବର ପାଇ ରେଡ ବେଳେ ଜିଆରପି ପୋଲିସ ଉପରକୁ ଫାୟାରି ପାଇଁ ଉଦ୍ୟମ କରିଥିଲେ । ଏଭଳି ୬ ଜଣ ଡକାୟତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଷ୍ଟେସନ ପାଖାପାଖି ଛୋଟମୋଟ ଦୋକାନ ଖୋଲି ଦିନ ବେଳା ବେପାର ରାତି ବେଳା ଏଭଳି ଡକାୟତି କରୁଥିଲେ ।








