ଭୁବନେଶ୍ବର: ରାଜ୍ୟବାସୀଙ୍କ ପାଇଁ ଆଶ୍ବସ୍ତିର ଖବର । ଆସନ୍ତା କାଲିଠାରୁ ରାଜ୍ୟରେ କମିବ ଶୀତ । ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ ବଢ଼ିଯିବ । ଏଥିପାଇଁ ପାରଦ ଉପରମୁହାଁ ହେବ ଆକଳନ କରିଛି ବୋଲି ପାଣିପାଗ ବିଭାଗ । ହେଲେ କୁହୁଡି ବହୁ ମାତ୍ରାରେ ଦେଖାଦେବ ଯେଉଁଥିପାଇଁ ଯାତାୟତ ସମୟରେ ବହୁ ଅସୁବିଧା ସାମ୍ନା କରିବେ ଲୋକେ ।
ତେବେ ରବିବାର ରାତିରେ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୧୦-୧୧ ଡିଗ୍ରୀରୁ ଉପରେ ରହିପାରେ । ପୁରୀ, ଗୋପାଳପୁର, ଭଦ୍ରକରେ ୧୩ରୁ ୧୪ ଡିଗ୍ରୀ ରହିବ । ସେହିପରି, ସୋମବାର ଠାରୁ ବୁଧବାର ୨୧ ତାରଖ ଯାଏ ସମଗ୍ର ରାଜ୍ୟରେ ପାରଦ ଉପରମୁହାଁ ହେବ । ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୧୨ରୁ ୧୫ ଡିଗ୍ରୀ ରହିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।







