ଭୁବନେଶ୍ବର: ସାରା ରାଜ୍ୟରେ ପକ୍ଷୀ ଗଣନା । ଚିଲିକା ଓ ହୀରାକୁଦରେ ପକ୍ଷୀ ଗଣନା ହେଉଛି । ଚିଲିକାରେ ସକାଳ ୬ଟାରୁ ଦିନ ୧ଟା ପର୍ଯ୍ୟନ୍ତ ପକ୍ଷୀ ଗଣନା କରାଯିବ । ୫ଟି ରେଞ୍ଜ ପାଇଁ ମୋଟ ୨୨ଟି ଟିମ୍ ଗଠନ କରାଯାଇଛି । ପ୍ରତ୍ୟେକ ଟିମରେ ୩ ରୁ ୫ ଜଣ ଲେଖାଏଁ ସଦସ୍ୟ ରହିଛନ୍ତି । ଚିଲିକାର ବିଭିନ୍ନ ସ୍ଥାନ ବୁଲି ପକ୍ଷୀ ଗଣନା କରାଯାଉଛି ।
ବାଇନା କୁଲାର, କ୍ୟାମେରା ଏବଂ ଜିପିଏସ ସାହାଯ୍ୟରେ ପକ୍ଷୀ ଗଣନା କରାଯାଉଛି । ସାତପଡାରେ ୪, ଟାଙ୍ଗୀରେ ୮, ବାଲୁଗାଁରେ ୭, ରମ୍ଭା -୨ ଓ ନୂଆପଡାରେ ଗୋଟିଏ ଟିମ୍ ନିୟୋଜିତ ଅଛନ୍ତି । ଚଳିତବର୍ଷ ଚିଲିକାରେ ବିଦେଶୀ ପକ୍ଷୀଙ୍କ ସଂଖ୍ୟା ବଢିଥିବା ଅନୁମାନ କରାଯାଉଛି । ଗତବର୍ଷ ୧୧ଲକ୍ଷ ୨୭ ହଜାର ୨୨୮ ଟି ପକ୍ଷୀ ଆସିଥିଲେ । ଚଳିତବର୍ଷ ପକ୍ଷୀ ସଂଖ୍ୟା କେତେ ଅଛି ସନ୍ଧ୍ୟାରେ ଜଣାପଡିବ ।
ସେହିପରି ହୀରାକୁଦରେ ପକ୍ଷୀ ଗଣନା ପାଇଁ ୨୧ଟି ସେକ୍ଟର ଗଠନ କରାଯାଇଛି । ୭୦ଜଣ ବନ ଅଧିକାରୀ ଓ ପକ୍ଷୀ ବିଶେଷଜ୍ଞ ସାମିଲ ହୋଇଛନ୍ତି । ସକାଳ ୬ଟାରୁ ସନ୍ଧ୍ୟା ୫ଟା ଯାଏ ଗଣନା ଚାଲିବ । ଗତବର୍ଷ ହୀରାକୁଦକୁ ୧୨୨ ପ୍ରଜାତିର ୩ଲକ୍ଷ ୭୭ ହଜାର ୭୩୨ ବିଦେଶୀ ପକ୍ଷୀ ଆସିଥିଲେ । ସେହିପରି ଆଠଗଡ଼ ବନଖଣ୍ଡର ୫ଟି ରେଞ୍ଜରେ ପକ୍ଷୀ ଗଣନା ଚାଲିଛି । ଅଂଶୁପା ସମେତ ୪୦ଟି ସ୍ଥାନରେ ପକ୍ଷୀ ଗଣନା କରୁଛନ୍ତି ଟିମ୍ ।








