ଭୁବନେଶ୍ବର: ଛତିଶଗଡ଼ ଯିବେ ରାଜ୍ୟ ସରକାରଙ୍କ ମହାନଦୀ କମିଟି । ଆଗାମୀ ଜାନୁଆରୀ ୩୧ ଏବଂ ଫେବ୍ରୁଆରୀ ୧ ତାରିଖରେ ଛତିଶଗଡ଼ ଯିବେ ରାଜ୍ୟ ସରକାରଙ୍କ ମହାନଦୀ କମିଟି । ତାପୂର୍ବରୁ ୨୩ ତାରିଖରେ ବସିବ ସର୍ବଦଳୀୟ ବୈଠକ । ଏହି ବୈଠକର ନିଷ୍କର୍ସ ଆଧାରରେ ଛତିଶଗଡ଼ ଯାଇ ପକ୍ଷ ରଖିବେ ସରକାର ।
ଫେବ୍ରୁଆରୀ ୭ ତାରିଖରେ ମହାନଦୀ ଟ୍ରିବ୍ୟୁନାଲର ପରବର୍ତ୍ତୀ ଶୁଣାଣି । ଛତିଶଗଡ ସରକାରଙ୍କ ସହ କଥା ହେବା ପରେ ଟ୍ରିବ୍ୟୁନାଲଙ୍କ ନିକଟରେ ପକ୍ଷ ରଖିବେ ଓଡ଼ିଶା ସରକାର । ମହାନଦୀ କମିଟିର ଦ୍ଵିତୀୟ ବୈଠକରେ ଏଭଳି ନିଷ୍ପତ୍ତି ହୋଇଛି । ଏହାସହ ୧୨ ମାର୍ଚ୍ଚ ୨୦୧୮ରେ ଗଠନ ହୋଇଥିବା ଟ୍ରିବ୍ୟୁନାଲ ୧୩ ମାର୍ଚ୍ଚରେ ଅବଧି ସରିବ । ଅବଧି ବୃଦ୍ଧି କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ।







