ସେ କହିଛନ୍ତି ଯେ ଭାରତର ଡାଲି ବଜାରରେ ଆମେରିକୀୟ ଉତ୍ପାଦନକାରୀମାନଙ୍କୁ ପ୍ରତିଯୋଗିତାର ସୁଯୋଗ ମିଳୁନାହିଁ। ଭାରତ ଲଗାଇଥିବା ଶୁଳ୍କକୁ ସେ ଅନୁଚିତ ବୋଲି କହିଥିଲେ। ଡାଇନ୍ସ ଓ ଅନ୍ୟ ଜଣେ ସିନେଟର କେଭିନ କ୍ରାମର ଚଳିତ ମାସ ୧୬ରେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ପତ୍ର ଲେଖି ଜଣାଇଥିଲେ ଯେ ତାଙ୍କ ଅଞ୍ଚଳରେ ବିପୁଳ ପରିମାଣର ଡାଲି ଉତ୍ପାଦନ ହେଉଛି। ଭାରତ ହେଉଛି ବିଶ୍ବର ସର୍ବବୃହତ୍‌ ଡାଲି ବ୍ୟବହାରକାରୀ। ବିଶ୍ବର ୨୭ ପ୍ରତିଶତ ଡାଲି ଭାରତରେ ଉପଯୋଗ ହେଉଛି। ତେଣୁ ବାଣିଜ୍ୟ ଆଲୋଚନା ବେଳେ ଡାଲିକୁ ନେଇ ଉଚିତ୍‌ ମୁଲଚାଲ କରିବାକୁ ଉଭୟ ସିନେଟର ରାଷ୍ଟ୍ରପତିଙ୍କୁ ପ୍ରସ୍ତାବ ଦେଇଥିଲେ।