ନୂଆଦିଲ୍ଲୀ: ଭାରତୀୟ ନିର୍ବାଚନ ଆୟୋଗ (ECI) ଜାନୁଆରୀ ୨୧ ରୁ ୨୩ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀର ଭାରତ ମଣ୍ଡପମରେ ଅନ୍ତର୍ଜାତୀୟ ଗଣତନ୍ତ୍ର ଏବଂ ନିର୍ବାଚନ ପରିଚାଳନା ସମ୍ମିଳନୀ ୨୦୨୬ ଆୟୋଜନ କରିବ ।
ଇଣ୍ଡିଆ ଇଣ୍ଟରନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଡେମୋକ୍ରାସି ଆଣ୍ଡ ଇଲେକ୍ସନ ମ୍ୟାନେଜମେଣ୍ଟ (IIIDEM) ଦ୍ୱାରା ଆୟୋଜିତ, ଏହି ତିନି ଦିନିଆ ସମ୍ମିଳନୀ ଗଣତନ୍ତ୍ର ଏବଂ ନିର୍ବାଚନ ପରିଚାଳନା କ୍ଷେତ୍ରରେ ଭାରତ ଦ୍ୱାରା ଆୟୋଜିତ ସର୍ବବୃହତ ଅନ୍ତର୍ଜାତୀୟ ସମାବେଶ ହେବ ବୋଲି ଆଶା କରାଯାଉଛି । ଏକ ସରକାରୀ ବିଜ୍ଞପ୍ତି ଅନୁଯାୟୀ, ୭୦ରୁ ଅଧିକ ଦେଶର ପ୍ରାୟ ୧୦୦ ଅନ୍ତର୍ଜାତୀୟ ପ୍ରତିନିଧି ଏହି କାର୍ଯ୍ୟକ୍ରମରେ ଯୋଗଦେବେ । ଏଥିରେ ଅନ୍ତର୍ଜାତୀୟ ସଂଗଠନର ପ୍ରତିନିଧି, ଭାରତରେ ବିଦେଶୀ ମିଶନ ଏବଂ ନିର୍ବାଚନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶିକ୍ଷାଗତ ଏବଂ ବୃତ୍ତିଗତ ବିଶେଷଜ୍ଞମାନେ ଯୋଗଦେବେ । ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର, ନିର୍ବାଚନ କମିଶନର ଡକ୍ଟର ସୁଖବୀର ସିଂହ ସାନ୍ଧୁ ଏବଂ ଡକ୍ଟର ବିବେକ ଜୋଶୀଙ୍କ ସହିତ, ପ୍ରତିନିଧିମାନଙ୍କୁ ସ୍ୱାଗତ କରିବେ ଏବଂ ଜାନୁଆରୀ ୨୧ ତାରିଖରେ ଉଦଘାଟନୀ ଅଧିବେଶନରେ ସମ୍ମିଳନୀକୁ ଆନୁଷ୍ଠାନିକ ଭାବରେ ଆରମ୍ଭ କରିବେ ।
ସମ୍ମିଳନୀର ଏକ ଅଂଶ ଭାବରେ, ୩୬ ଟି ବିଷୟବସ୍ତୁ ଉପରେ ବିସ୍ତୃତ ଆଲୋଚନା କରିବେ । ବିଶ୍ୱବ୍ୟାପୀ ନିର୍ବାଚନ କର୍ତ୍ତୃପକ୍ଷଙ୍କ ଦ୍ୱାରା ସମ୍ମୁଖୀନ ହେଉଥିବା ସାଧାରଣ ସମସ୍ୟା ଉପରେ ଆଲୋଚନା ହେବ ।
୨୧ରୁ ଦିଲ୍ଲୀରେ ହେବ ଅନ୍ତର୍ଜାତୀୟ ଗଣତନ୍ତ୍ର ଓ ନିର୍ବାଚନ ପରିଚାଳନା ସମ୍ମିଳନୀ





