ଆଇଏସ୍ ବିରୋଧରେ ଲଢ଼େଇରେ ଏସ୍‌ଡିଏଫ୍ ପଶ୍ଚିମ ମେଣ୍ଟର ଏକ ପ୍ରମୁଖ ସହଯୋଗୀ ପାଲଟିଛି। ହଜାର ହଜାର ଆଇଏସ୍ ସଦସ୍ୟ ଓ ସେମାନଙ୍କ ପରିବାର ପୂର୍ବରୁ ବିଭିନ୍ନ ଶିବିର ତଥା ଜେଲ୍‌ରେ ବନ୍ଦୀ ଅଛନ୍ତି। ସେମାନଙ୍କ ପଳାୟନ ଅଞ୍ଚଳରେ ଆତଙ୍କବାଦର ବିପଦକୁ ବୃଦ୍ଧି କରିପାରେ ବୋଲି ଆଶଙ୍କା କରାଯାଉଛି।। ଇରାକ ମଧ୍ୟ ଏହାର ସୀମାରେ ସୁରକ୍ଷା କଡ଼ାକଡ଼ି କରିଛି। କୌଣସି ଆଇଏସ ସଦସ୍ୟଙ୍କୁ ସୀମା ପାର ନ କରିବା ପାଇଁ ପେସମର୍ଗ ଓ ଫେଡେରାଲ ଫୋର୍ସକୁ ହାଇ ଆଲର୍ଟରେ ରଖାଯାଇଛି।