କର୍ଣ୍ଣାଟକ: କର୍ଣ୍ଣାଟକ ଡିଜିପି ତଥା ବରିଷ୍ଠ ଆଇପିଏସ ଅଧିକାରୀ ରାମଚନ୍ଦ୍ର ରାଓଙ୍କୁ ସସପେଣ୍ଡ କରାଯାଇଛି । ସୋସିଆଲ ମିଡିଆରେ ଅଶ୍ଳୀଳ ଭିଡିଓ ଭାଇରଲ ହେବା ପରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଅଧିକାରୀ ଓ ମହିଳାଙ୍କ ଅଶ୍ଳୀଳ ଭିଡ଼ିଓ ସାମ୍ନାକୁ ଆସିବା ପରେ ତାଙ୍କୁ ନିଲମ୍ବନ କରାଯାଇଛି ।
କର୍ଣ୍ଣାଟକ ପୋଲିସ ମହାନିର୍ଦ୍ଦେଶକ ଅଛନ୍ତି ରାମଚନ୍ଦ୍ର ରାଓ । ମହିଳାଙ୍କ ସହ ଅଶ୍ଳୀଳ ଭିଡିଓ ଭାଇରାଲ ପରେ ତାଙ୍କୁ ସସପେଣ୍ଡ କରାଯାଇଥିବା ସୂଚନା ମିଳିଛି । ରାମଚନ୍ଦ୍ରଙ୍କ ଝିଅ ରାନ୍ୟା ରାଓ ମଧ୍ୟ ସୁନା ଚୋରା ଚାଲାଣ ମାମଲାରେ ଗିରଫ ହୋଇ ସାରିଛନ୍ତି । ଭାଇରାଲ ଭିଡିଓକୁ ସମ୍ପୂର୍ଣ୍ଣ ନକଲି ବୋଲି କହିଛନ୍ତି ରାମଚନ୍ଦ୍ର ରାଓ ।
ସୋସିଆଲ ମିଡିଆରେ ଏକ ଭିଡ଼ିଓ ଭାଇରଲ ହେଉଛି । ଯେଉଁଥିରେ ଜଣେ ମହିଳାଙ୍କ ସହ ଖାକି ପୋଷାକରେ ପୋଲିସ କାର୍ଯ୍ୟାଳୟ ଭିତରେ ଆପତ୍ତିଜନକ ସ୍ଥିତିରେ କର୍ଣ୍ଣାଟକ ପୋଲିସ ମହାନିର୍ଦ୍ଦେଶକ ରାମଚନ୍ଦ୍ର ରାଓଙ୍କୁ ଦେଖିବାକୁ ମିଳିଛି । ଭିଡ଼ିଓରେ ରାମଚନ୍ଦ୍ର ରାଓ ମହିଳାଙ୍କୁ ଆଲିଙ୍ଗନ ଏବଂ ଚୁମ୍ବନ ଦେଉଥିବାର ଦେଖିବାକୁ ମିଳିଛି । ଭିଡ଼ିଓ ସାମ୍ନାକୁ ଆସିବା ପରେ ତୁରନ୍ତ ୧୯୯୩ ବ୍ୟାଚ ଆଇପିଏସ୍ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି ।
ସେପଟେ ରାମଚନ୍ଦ୍ର ରାଓ କହିଛନ୍ତି, ”ଏହି ମିଥ୍ୟା । ମୋ ଭାବମୂର୍ତ୍ତିକୁ ଖରାପ କରିବାକୁ ଏହା ଏକ ଷଡ଼ଯନ୍ତ୍ର । ଏହା କାୟାକଳ୍ପିତ । ମୋର ଏ ବିଷୟରେ କୌଣସି ଜ୍ଞାନ ନାହିଁ । ଭିଡ଼ିଓର ସତ୍ୟତା ପ୍ରମାଣିତ କରିବା ପାଇଁ ଫରେନ୍ସିକ୍ ପରୀକ୍ଷା ଦାବି କରିଛନ୍ତି ।
କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏହି ଭାଇରଲ ଭିଡିଓ ସମ୍ପର୍କରେ ଗୃହ ମନ୍ତ୍ରଣାଳୟକୁ ତଦନ୍ତ ରିପୋର୍ଟ ମାଗିଛନ୍ତି । ଭିଡ଼ିଓ ଭାଇରଲ ପରେ ରାମଚନ୍ଦ୍ର ରାଓ ଗୃହମନ୍ତ୍ରୀ ପରମେଶ୍ୱରଙ୍କୁ ଭେଟିବାକୁ ଯାଇଥିଲେ ହେଲେ ସାକ୍ଷାତ ହୋଇପାରିନଥିଲା । ରାମଚନ୍ଦ୍ର ରାଓଙ୍କ ଝିଅ ତଥା ଅଭିନେତ୍ରୀ ରାନ୍ୟା ରାଓ ମଧ୍ୟ ସୁନା ଚୋରା ଚାଲାଣ ମାମଲାରେ ଗିରଫ ହୋଇସାରିଛନ୍ତି ।







