ଓଡ଼ିଶା

ଯୁବକଙ୍କୁ ଗୁଳି କରି ହତ୍ୟା

ଖୋର୍ଦ୍ଧା: ପୂର୍ବ ଶତ୍ରୁତାରୁ ଗୁଳିମାଡ଼ ।  ଯୁବକ ମୃତ ।  ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଦଲକ ରାସ୍ତାରେ ଗୁଳିମାଡ଼ ହୋଇଛି ।  ଏଥିରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି ।  ମୃତକ ଜାମୁସାହିର ବାସୁଦେବ ପରିଡା ।  ଗୁଳିମାଡ଼ ପରେ ଘଟଣାସ୍ଥଳରୁ ୪ ଯୁବକ ଫେରାର ହୋଇଯାଇଛନ୍ତି ।

ଦୁଇଜଣ ଦୁର୍ବୃତ୍ତ ବୁଲେଟରେ ଆସିଥିବାବେଳେ ଆଉ ଦୁଇଜଣ ପୂର୍ବରୁ ଘଟଣାସ୍ଥଳରେ ଉପସ୍ଥିତ ଥିଲେ ।  ୩ ରାଉଣ୍ଡ ଗୁଳି ମାରିବା ପରେ ଘଟଣାସ୍ଥଳରୁ ଛୁ ମାରିଥିଲେ ।  ଛାତି ଓ ମୁଣ୍ଡରେ ଗୁଳି ବାଜିବା ଯୋଗୁ ତାଙ୍କର ମୃତ୍ୟୁ ହୋଇଛି ।  ପୂର୍ବ ଶତ୍ରୁତାରୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ ।  ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ପୋଲିସ ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL