ଓଡ଼ିଶା

ସେକ୍ସଟର୍ସନ ଶିକାର ହେଲେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ, ୮୮ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ୫ ଗିରଫ

କଟକ : ସେକ୍ସଟର୍ସନ ଅଭିଯୋଗ, ୫ ଗିରଫ ।  କଟକରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ସେକ୍ସଟର୍ସନର ଶିକାର କରି ୮୮ ଲକ୍ଷ ଟଙ୍କା ଠକେଇ ଅଭିଯୋଗ ।  ଏକ ଆନ୍ତଃଜିଲ୍ଲା ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି କଟକ ସାଇବର ଥାନା ପୋଲିସ ।  ଏହି ମାମଲାରେ ୫ ଜଣଙ୍କୁ ଗିରଫ କରାଯାଇଛି ।  ଏବେବି ଫେରାର ଅଛି ମୁଖ୍ୟ ଅଭିଯୁକ୍ତ ।  ଜଣେ ୭୨ ବର୍ଷୀୟ ବୃଦ୍ଧଙ୍କୁ ପ୍ରଥମେ ଫେସବୁକ ମାଧ୍ୟମରେ ବନ୍ଧୁତାର ଜାଲରେ ଫସାଇଥିଲା ଅଭିଯୁକ୍ତ ।

ବିଶ୍ୱାସ ଜିତିବା ପାଇଁ ସରୋଜ ପ୍ରଥମେ ଚିକିତ୍ସା ବାହାନାରେ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ନେଇ ପୁଣି ତାହା ଫେରସ୍ତ କରିଦେଇଥିଲା ।  କିନ୍ତୁ ଏହା ପଛରେ ଥିଲା ଏକ ବଡ଼ ଷଡ଼ଯନ୍ତ୍ର ।  ପରେ ନିଜ ଭଉଣୀ ନାଁରେ ଏକ ନକଲି ହ୍ୱାଟସଆପ୍ ଆକାଉଣ୍ଟ ଖୋଲି ବୃଦ୍ଧଙ୍କ ସହ ଚାଟିଂ କରିବା ସହ ଏକ ଭିଡିଓ କଲ୍ କରିଥିଲା ସରୋଜ ।  ସେଥିରେ ଜଣେ ନଗ୍ନ ମହିଳାଙ୍କୁ ଦେଖାଇ ଚତୁରତାର ସହ ବୃଦ୍ଧଙ୍କର ଏକ ଅଶ୍ଳୀଳ ଭିଡିଓ ରେକର୍ଡ କରିନେଇଥିଲା ।

ଏହି ଭିଡିଓ ଭାଇରାଲ୍ କରିଦେବାର ଧମକ ଦେଇ ବିଭିନ୍ନ ପର୍ଯ୍ୟାୟରେ ବୃଦ୍ଧଙ୍କ ଠାରୁ ୮ ମାସ ଭିତରେ ପ୍ରାୟ ୮୮ ଲକ୍ଷ ଟଙ୍କା ଲୁଟି ନେଇଥିଲେ ସରୋଜ ଓ ତାର ଗ୍ୟାଙ୍ଗ ।  ଏନେଇ ପୀଡିତ ବୃଦ୍ଧ ଥାନାରେ ଅଭିଯୋଗ କରିବା ପରେ ସାଇବର ଥାନା ପୋଲିସ ଯାଜପୁର ଧର୍ମଶାଳା ନିକଟ ପୋବଳା ମୁଖ୍ୟ ଅଭିଯୁକ୍ତ ସରୋଜ କୁମାର ଜେନାର ଘରେ ରେଡ କରିଥିଲା ।  ରେଡ ବେଳେ ସରୋଜ ଫେରାର ହୋଇଯାଇଥିଲା ।  ସେ ନିଜ ସାନ ଭାଇ ଓ ସମ୍ପର୍କୀୟଙ୍କୁ ନେଇ ଏହି ରାକେଟ୍ ଚଲାଉଥିବା ତଦନ୍ତରୁ ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL