ଓଡ଼ିଶା

ସୋସିଆଲ ମିଡିଆରେ ଶ୍ରୀମନ୍ଦିରକୁ ନେଇ ଧମକପୂର୍ଣ୍ଣ ମେସେଜ୍

ପୁରୀ : ସୋସିଆଲ ମିଡିଆରେ ଧମକପୂର୍ଣ୍ଣ  ମେସେଜ୍ ।  ଜୁଲି ରାନୀ ପଣ୍ଡା ନାମକ ଏକ ଫେସବୁକ ଆଇଡିରେ ଶ୍ରୀମନ୍ଦିର ସମେତ ପୁରୀ ଗ୍ରାଣ୍ଡ ସେଣ୍ଟର ଓ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କୁ ଧମକପୂର୍ଣ୍ଣ  ମେସେଜ୍ ରହିଥିବା ଦେଖିବାକୁ ମିଳିଛି ।  ପୁରୀ ଜଗନ୍ନାଥ ମନ୍ଦିରରେ ଖୁବଶୀଘ୍ର ବୋମା ପଡିବ ।  ଗ୍ରାଣ୍ଡ ସେଣ୍ଟରରେ ଗୁଳି ଫୁଟାଇବୁ ଏବଂ ଖୁବଶୀଘ୍ର ପୁରୀ ରାଜ୍ୟସଭା ସଦସ୍ୟ ଶୁଭାଶିଷ ଖୁଣ୍ଟିଆଙ୍କୁ ଗୁଳିମାଡ ହେବ ବୋଲି ଆଇଡିରେ ଲେଖାହୋଇଛି ।

ତେବେ ଜୁଲୀ ରାନୀ ପଣ୍ଡା କିଏ ଓ ସେ ଏଭଳି କାହିଁକି ପୋଷ୍ଟ କରିଛନ୍ତି ନା ଏହା ଏକ ଫେକ୍ ଆକାଉଣ୍ଟ, ତାହା ତଦନ୍ତ ସାପେକ୍ଷ ବୋଲି ମତ ପ୍ରକାଶ ପାଇଛି ।  ପୂର୍ବରୁ ଶ୍ରୀମନ୍ଦିରକୁ ଆତଙ୍କବାଦୀଙ୍କ ଆକ୍ରମଣର ଭୟ ଥିବା ଗୁଇନ୍ଦା ବିଭାଗ ତରଫରୁ ସ୍ପଷ୍ଟ ହୋଇଥିବା ବେଳେ ଏହି ଧମକପୂର୍ଣ୍ଣ ମେସେଜ୍ କୁ ନେଇ ସାଧାରଣରେ ଭୟର ବାତାବରଣ ଦେଖାଦେଇଛି । ଏହାର ତଦନ୍ତ ଜାରି ରହିଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL