ଭୁବନେଶ୍ବର: ଆମ ବସ୍ ଚଳାଇବେ ମହିଳା । ଏହାସହ କେବଳ ମହିଳାଙ୍କ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍ । ସେଥିପାଇଁ ପ୍ରଥମ ପର୍ଯ୍ୟାୟରେ ୨୦ ଜଣ ମହିଳାଙ୍କୁ ଟ୍ରେନିଂ ଦିଆଯିବ । ସେମାନେ ସବୁ ହେଭି ଭେଇକିଲ ଚଳାଇବା ପାଇଁ ଲାଇସେନ୍ସପ୍ରାପ୍ତ । ତାଲିମ ପାଇଁ ପୁନେ ପଠାଯିବ ।
ତାଲିମ ନେବା ପରେ ସେହି ମହିଳାମାନେ ସ୍ୱତନ୍ତ୍ର ବସ୍ ଚଳାଇବେ । ପ୍ରାଥମିକ ପର୍ଯ୍ୟାୟରେ ୫ରୁ ୧୦ଟି ବସ୍ ସ୍ବତନ୍ତ୍ର ଭାବେ ମହିଳା ଯାତ୍ରୀଙ୍କ ପାଇଁ ରହିବ । ଯାହା ଦ୍ୱାରା ମହିଳା ମାନେ ନିଜକୁ ଅଧିକ ସୁରକ୍ଷିତ ମନେ କରିବେ ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।







