ସୋନପୁର: ଯୁବ କଂଗ୍ରେସ ନେତା ରାଜେଶ ମିଶ୍ରଙ୍କ ମୃତ୍ୟୁ । ବନ୍ଧୁକରୁ ନିଜେ ଗୁଳିକରି ରାଜେଶ ଜୀବନ ହାରିଥିବା ସନ୍ଦେହ କରାଯାଉଛି । ସୋନପୁର ଭଗବତୀ ପ୍ଲଟ ସ୍ଥିତ ବାସଭବନରେ ଘଟିଛି ଅଭାବନୀୟ ଘଟଣା । ତେବେ କାହିଁକି ଓ କେଉଁ ପରିସ୍ଥିତିରେ ରାଜେଶଙ୍କ ମୃତ୍ୟୁ ହେଲା ତାହା ସ୍ପଷ୍ଟ ହୋଇନାହିଁ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି l ଜିଲ୍ଲା ଯୁବ କଂଗ୍ରେସ କୋଷାଧକ୍ଷ ପଦରେ ରାଜେଶ ମିଶ୍ର ଥିବା ଜଣା ଯାଇଛି ।
ନିଜେ ନିଜକୁ ଗୁଳିକରି ଜୀବନ ହାରିଲେ ଯୁବ କଂଗ୍ରେସ ନେତା !






