ଜାତୀୟ

ହାଇଦ୍ରାବାଦରେ ପୁଣି ୧୦୦ ବୁଲା କୁକୁରଙ୍କୁ ହତ୍ୟା

ହାଇଦ୍ରାବାଦ : ହାଇଦ୍ରାବାଦ ରଙ୍ଗାରେଡ୍ଡୀ ଜିଲ୍ଲାରେ ଚାଞ୍ଚଲ୍ୟ । ୟାଚାରାମ ଗାଁରେ ୧୦୦ ବୁଲା କୁକୁରଙ୍କୁ ବିଷ ଦେଇ ହତ୍ୟା ଅଭିଯୋଗ । ସ୍ଥାନୀୟ ସରପଞ୍ଚ, ୱାର୍ଡ ମେମ୍ବର ଓ ଗ୍ରାମ ସଚିବଙ୍କ ନିର୍ଦ୍ଦେଶରେ କୁକୁରଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।

ବୁଲା କୁକୁରଙ୍କ ଦୌରାତ୍ମ୍ୟ କମାଇବା ପାଇଁ ଏଭଳି ବେଆଇନ ପଦକ୍ଷେପ ନିଆଯାଇଥିବା ସନ୍ଦେହ କରାଯାଉଛି । ଷ୍ଟ୍ରେ ଆନିମଲ ଫାଉଣ୍ଡେସନ ଅଫ ଇଣ୍ଡିଆ’ର କର୍ମକର୍ତ୍ତାଙ୍କ ଅଭିଯୋଗ ପରେ ଏଫଆଇଆର ପରେ ସରପଞ୍ଚ, ଜଣେ ୱାର୍ଡ ମେମ୍ବର ଓ ଗ୍ରାମ ସଚିବଙ୍କ ସମେତ ତିନିଜଣଙ୍କ ବିରୋଧରେ ବିଏନଏସ (BNS) ଧାରା ୩୨୫ ଓ ପଶୁ କ୍ରରତା ନିରୋଧ ଅଧିନିୟମ ଅନୁଯାୟୀ ମାମଲା ରୁଜୁ କରିଛି । କୁକୁରଙ୍କୁ ବିଷାକ୍ତ ଇଞ୍ଜେକ୍ସନ ଦେଇ ହତ୍ୟା କରାଯାଇଥିବା ଜଣାପଡ଼ିଛି ।

ଏହି ଘଟଣା ଦେଶରେ ପଶୁପ୍ରେମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି । ପୋଲିସ ଘଟଣାର ଅଧିକ ତଦନ୍ତ କରୁଛି । ତେଲଙ୍ଗାନାର ଅନ୍ୟ ଜିଲ୍ଲାଗୁଡ଼ିକରେ ପ୍ରାୟ ୫୦୦ରୁ ଅଧିକ କୁକୁରଙ୍କୁ ହତ୍ୟା କରାଯାଇଥିବାର ଖବର ଆସିଛି । ହାନାମକୋଣ୍ଡା ଜିଲ୍ଲାରେ ଜାନୁଆରୀ ୬ରୁ ୮ ତାରିଖ ମଧ୍ୟରେ ଶ୍ୟାମପେଟ୍ ଓ ଆରେପଲ୍ଲୀ ଗାଁରେ ୩୦୦ କୁକୁରଙ୍କୁ ହତ୍ୟା କରାଯାଇଥିଲା । ଘଟଣାରେ ଦୁଇଜଣ ସରପଞ୍ଚଙ୍କ ସମେତ ୯ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

ସେହିପରି କାମାରେଡ୍ଡୀ ଜିଲ୍ଲାର ଭବାନୀପେଟ୍, ପାଲୱାଞ୍ଚା ଓ ଫରିଦପେଟ୍ ଗାଁରେ୨୦୦ ରୁ୨୫୦ କୁକୁରଙ୍କୁ ବିଷ ଦିଆଯାଇଥିଲା । ଏଠାରେ ୫ ଜଣ ସରପଞ୍ଚଙ୍କ ସମେତ ୬ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଓ ୨୦୨୩ ପଶୁ ଜନ୍ମ ନିୟନ୍ତ୍ରଣ ନିୟମ ଅନୁସାରେ କେବଳ ବନ୍ଧ୍ୟାକରଣ ଓ ଟୀକାକରଣ ଦ୍ବାରା ସେମାନଙ୍କ ସଂଖ୍ୟା ନିୟନ୍ତ୍ରଣ କରାଯାଇପାରିବ ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL