ଓଡ଼ିଶା

୩ ମାସ ହେବ ମିଳୁନି ବାର୍ଦ୍ଧକ୍ୟ ଭତ୍ତା, ଚିନ୍ତାରେ ହିତାଧିକାରୀ

ଆନନ୍ଦପୁର: ମିଳୁନି ବାର୍ଦ୍ଧକ୍ୟ ଭତ୍ତା । ଚିନ୍ତାରେ ବୃଦ୍ଧବୃଦ୍ଧା । ଆନନ୍ଦପୁର ବ୍ଲକ ଅଧୀନ କୋଳିମାଟି ପଞ୍ଚାୟତର ଅନେକ ବ୍ୟୟଜ୍ୟେଷ୍ଠ ଦୀର୍ଘ ୩ ମାସ ହେବ ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ହୋଇ ଦୁର୍ବିସହ ଜୀବନ ଜିଉଁଛନ୍ତି । କାହିଁକି ଭତ୍ତା ମିଳୁନି ପଚାରିଲେ କେହି କିଛି କହୁ ନଥିବା ଅଭିଯୋଗ ଆଣିଛନ୍ତି । ପଞ୍ଚାୟତ କାର୍ଯ୍ୟାଳୟକୁ ଗଲେ ବ୍ଲକକୁ ଯାଅ, ବ୍ଲକକୁ ଗଲେ ବ୍ୟାଙ୍କକୁ ଯାଅ କୁହାଯାଉଛି ।

ନିଜ ଘରଠାରୁ ୨୦କିଲୋମିଟରରୁ ଅଧିକ ଦୂରରେ ବ୍ଲକ କାର୍ଯ୍ୟାଳୟ । ତଥାବି ଏଠାରୁ ସେଠାକୁ ଧାଇଁ ଧାଇଁ ନୟାନ୍ତ ହେଲୁଣି । ହେଲେ ମିଳୁନି ବାର୍ଦ୍ଧକ୍ୟ ଭତ୍ତା । ତୁରନ୍ତ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ହିତାଧିକାରୀମାନେ ଦାବି କରିଛନ୍ତି । ସେପଟେ ଖୁବଶୀଘ୍ର ଏହାର ତଦନ୍ତ କରାଯାଇ ସମସ୍ତ ସମସ୍ୟାର ସମାଧାନ କରାଯିବ ବୋଲି ବିଡିଓ କହିଛନ୍ତି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL