ଜାତୀୟ

ଆନ୍ଧ୍ରପ୍ରଦେଶରେ ୧୬ ବର୍ଷରୁ କମ୍ ବୟସର ପିଲା ବ୍ୟବହାର କରିପାରିବେନି ସୋସିଆଲ ମିଡିଆ !

ବେଙ୍ଗାଲୁରୁ: ୧୬ ବର୍ଷରୁ କମ୍ ବୟସର ପିଲାମାନଙ୍କ ସୋସିଆଲ ମିଡିଆ ବ୍ୟବହାର ଉପରେ ଅଷ୍ଟ୍ରେଲିଆ ଭଳି ପ୍ରତିବନ୍ଧକ ଲଗାଇବ ଆନ୍ଧ୍ରପ୍ରଦେଶ। ଏ ନେଇ ଅଷ୍ଟ୍ରେଲିଆର ନିଷେଧାଦେଶ ଉପରେ ଅଧ୍ୟୟନ କରାଯାଉଛି ବୋଲି ମଙ୍ଗଳବାର ଆନ୍ଧ୍ର ପ୍ରଯୁକ୍ତିବିଦ୍ୟା ଓ ମାନବ ସମ୍ବଳ ମନ୍ତ୍ରୀ ନାରା ଲୋକେଶ କହିଛନ୍ତି।

ସୋସିଆଲ ମିଡିଆ ପ୍ଲାଟଫର୍ମ ଓ କ୍ଷତିକାରକ ଅନଲାଇନ୍ ବିଷୟବସ୍ତୁ ଉପରେ କଠୋର ନିୟନ୍ତ୍ରଣ ପାଇଁ କୋର୍ଟରେ ପିଟିସନ ଦାଖଲ କରାଯାଇଥିବାବେଳେ ରାଜ୍ୟ ସରକାର ଏପରି ବିଚାର କରୁଛନ୍ତି। ସାଇବର ସୁରକ୍ଷା ଓ ସାର୍ବଜନୀନ ନୀତିରେ ବିଶେଷଜ୍ଞ ଓକିଲ କର୍ଣ୍ଣିକା ସେଠ୍ କହିଛନ୍ତି, ଆଇପି ଚିହ୍ନଟକୁ ଏଡ଼ାଇବା ପାଇଁ ଉପାୟ ଓ ମାଧ୍ୟମ ଅଛି। ସମ୍ପୂର୍ଣ୍ଣ ନିଷେଧାଦେଶ ଉପରେ ଦୃଷ୍ଟି ଦେବାକୁ ପଡିବ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL