ଓଡ଼ିଶା

ଜମାକାରୀଙ୍କ ଟଙ୍କା ଆତ୍ମସାତ ଅଭିଯୋଗ: ଗ୍ରାହକସେବା କେନ୍ଦ୍ର ପରିଚାଳକଙ୍କୁ ମାଡ଼

ବାଲିଆପାଳ : ଜମାକାରୀଙ୍କ ଲକ୍ଷାଧିକ ଟଙ୍କା ଆତ୍ମସାତ ଅଭିଯୋଗରେ ଭାରତୀୟ ଷ୍ଟେଟବ୍ୟାଙ୍କର ଗ୍ରାହକ ସେବା କେନ୍ଦ୍ର ଦାୟିତ୍ୱରେ ଥିବା ପରିଚାଳକ ରଞ୍ଜନ ରଣାଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ନିର୍ଦ୍ଧୁମ ପିଟିଛନ୍ତି ଉତ୍ୟକ୍ତ ଜମାକାରୀ ।
ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଦେଉଳା ପଞ୍ଚାୟତ ଭାରତୀୟ ଷ୍ଟେଟବ୍ୟାଙ୍କ ଗ୍ରାହକ ସେବା କେନ୍ଦ୍ରରେ । ଘଟଣା ଅନୁସାରେ, ଗ୍ରାହକ ସେବା କେନ୍ଦ୍ରର ପରିଚାଳକ ଜମାକାରୀଙ୍କୁ ସେମାନଙ୍କ ଟଙ୍କା ଦୀର୍ଘଦିନ ଧରି ଫେରାଉ ନଥିଲେ । ଆଜି ପୂର୍ବାହ୍ନରେ ଶହଶହ ଉତ୍ୟକ୍ତ ଜମାକାରୀ ଘଟଣା ସ୍ଥଳରେ ପହଞ୍ଚି ଗ୍ରାହକ ସେବା କେନ୍ଦ୍ରର ପରିଚାଳକ ରଞ୍ଜନ ରଣାଙ୍କୁ ସେମାନଙ୍କ ଜମାଥିବା ଟଙ୍କା ମାଗିଥିଲେ । ମାତ୍ର ରଞ୍ଜନ ସେମାନଙ୍କୁ ଫାଙ୍କିଥିଲେ । ଉତ୍ୟକ୍ତ ଜମାକାରୀ ରଞ୍ଜନକୁ ନିକଟରେ ଥିବା ଏକ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ନିର୍ଦ୍ଧୁମ ମାଡ଼ ମାରିଥିଲେ । ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବାରୁ ବାଲିଆପାଳ ପୁଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା । ସୂଚନା ଅନୁଯାୟୀ ରଞ୍ଜନ ଦୀର୍ଘବର୍ଷ ଧରି ଦେଉଳା ଠାରେ ଭାରତୀୟ ଷ୍ଟେଟବ୍ୟାଙ୍କର ଗ୍ରାହକ ସେବାକେନ୍ଦ୍ର ଚଳାଇ ଆସୁଥିବା ବେଳେ ଶତାଧିକ ଜମାକାରୀଙ୍କ ୫୦ ଲକ୍ଷରୁ ଉର୍ଦ୍ଧ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଛି । ରଞ୍ଜନ ପୂର୍ବରୁ ମଧ୍ୟ ସାଇବର ଅପରାଧରେ ଗିରଫ ହୋଇ କାରାଗାର ଯାଇଥିଲେ । ଜମାକାରୀ ବାରମ୍ବାର ଦୌଡିଦୌଡି ନିରାଶ ହେବା ପରେ ଆଜି ରଞ୍ଜନଙ୍କୁ ବାନ୍ଧି ନିର୍ଦ୍ଧୁମ ପିଟିଛନ୍ତି । ତେବେ ରଞ୍ଜନ ରଣାଙ୍କୁ ବାଲିଆପାଳ ପୁଲିସ ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ଉଦ୍ଧାର କରି ଥାନାକୁ ନେଇ ଅଧିକ ତଦନ୍ତ କରୁଥିବା ଜାଣିପଡ଼ିଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL