ଜାତୀୟ

ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାର ନିର୍ଦ୍ଦୋଷରେ ଖଲାସ, ଶିଖ ବିରୋଧୀ ହିଂସା ମାମଲାରେ ଥିଲେ ଦୋଷୀ

ନୂଆଦିଲ୍ଲୀ : ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ପୂର୍ବତନ କଂଗ୍ରେସ ନେତା ସଜ୍ଜନ କୁମାରଙ୍କୁ ନିର୍ଦ୍ଦୋଷରେ ଖଲାସ୍ କରିଛି । ଜନକପୁରୀ ଓ ବିକାଶପୁରୀ ଅଞ୍ଚଳରେ ହୋଇଥିବା ହିଂସାକାଣ୍ଡ ସହ ଜଡିତ ଏକ ମାମଲାରେ ଦୋଷମୁକ୍ତ କରିଛନ୍ତି । ଏହି ମାମଲାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା । ଶୁଣାଣି ସମୟରେ ସଜ୍ଜନ କୁମାର ନିଜର ପକ୍ଷ ରଖି କହିଥିଲେ ଯେ,ସେ ନିର୍ଦ୍ଦୋଷ ଓ କେବେ ହିଂସାରେ ଅଂଶଗ୍ରହଣ କରିନଥିଲେ ।

ଦିଲ୍ଲୀ ରାଉଜ ଆଭେନ୍ୟୁ କୋର୍ଟ ସଜ୍ଜନ କୁମାରଙ୍କ ବିରୋଧରେ ପ୍ରଥମ ଏଫଆଇଆର ନଭେମ୍ବର ୧ରେ ୧୯୮୪ ର ସୋହନ ସିଂହ ଏବଂ ଅବତାର ସିଂ ହତ୍ୟା ଏବଂ ୨ ନଭେମ୍ବର ୧୯୮୪ରେ ଗୁରୁଚରଣ ସିଂହଙ୍କୁ ଜୀବନ୍ତ ଜଳାଇବା ଘଟଣାରେ ହୋଇଥିଲା । ସେ ଏହି ମାମଲାରେ କହିଛନ୍ତି, ସ୍ୱପ୍ନରେ ମଧ୍ୟ ସେ ଏଭଳି କରି ନଥିବା କହିଥିଲେ । ମୋ ବିରୋଧରେ କୌଣସି ଠୋସ୍ ପ୍ରମାଣ ନାହିଁ । ଦୀର୍ଘ ଦିନ ପରେ, କୋର୍ଟ ତାଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି ।

ତାଙ୍କ ଦୋଷମୁକ୍ତ ହେବା ବିଷୟରେ ସୂଚନା ପାଇ ସଜ୍ଜନ କୁମାର ହାତ ଯୋଡି କୋର୍ଟଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଯଦିଓ ସଜ୍ଜନ କୁମାରଙ୍କୁ ଏହି ମାମଲାରେ ଦୋଷମୁକ୍ତ କରାଯାଇଛି । ତେବେ ତାଙ୍କୁ ଜେଲରେ ରହିବାକୁ ପଡିବ। କାରଣ ତାଙ୍କୁ ପୂର୍ବରୁ ୧୯୮୪ ଦଙ୍ଗା ସହିତ ଜଡିତ ଅନ୍ୟ ଦୁଇଟି ମାମଲାରେ ଆଜୀବନ କାରାଦଣ୍ଡ ଦିଆଯାଇଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL