ଜାତୀୟ

ଷ୍ଟିଲ ପ୍ଲାଣ୍ଟରେ ବିସ୍ଫୋରଣ, ୭ ଶ୍ରମିକ ମୃତ

ଛତିଶଗଡ଼: ଛତିଶଗଡ଼ ବଲୋଦା ବଜାରରେ ଥିବା ଏକ ଷ୍ଟିଲ ପ୍ଲାଣ୍ଟରେ ଅଘଟଣ । ପ୍ଲାଣ୍ଟର ଡିଏସି କୋଇଲା ଭାଟିରେ ହଠାତ୍ ବିସ୍ଫୋରଣ ହେବା ଯୋଗୁଁ ୭ ଜଣ ଶ୍ରମିକଙ୍କ ଜୀବନ ଚାଲିଯାଇଛି । ବିସ୍ଫୋରଣରେ କିଛି ଶ୍ରମିକ ଆହତ ମଧ୍ୟ ହୋଇଛନ୍ତି । ବିସ୍ଫୋରଣ ସମୟରେ ଶ୍ରମିକ ଆଖପାଖ ଅଞ୍ଚଳରେ ସଫେଇ କାମ କରୁଥିଲେ । ଏହି ସମୟରେ ଗରମ କୋଇଲା ଯୋଗୁଁ ଜଳିଯାଇଥିଲେ ।

ବିସ୍ଫୋରଣରେ ଅନେକ ଶ୍ରମିକ ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ହପସିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ସୂଚନା ପାଇ ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲା ।

ବିସ୍ଫୋରଣ ଯୋଗୁଁ ଆକାଶରେ ଅନେକ ଉଚ୍ଚତା ଯାଏଁ ଧୂଆଁ ଉଠିଥିଲା । ଏହି ଅଘଟଣରେ ନିପାନିଆ ଥାନା ଏବଂ ଭାଟାପାରା ଗ୍ରାମୀଣ ପୋଲିସ ଯାଞ୍ଚ କରୁଛି । ବିସ୍ଫୋରଣ କେମିତି ହେଲା ତାହା ଏଯାଏଁ ଜଣାପଡିନାହିଁ । ପୋଲିସ ଘଟଣା ସ୍ଥଳକୁ ଘେରାବନ୍ଦୀ କରି ସୁରକ୍ଷିତ କରିଛି । ପ୍ରତ୍ୟକ୍ଷଦର୍ଶୀଙ୍କୁ ପଚରାଉଚରା ଚାଲିଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL