ଓଡ଼ିଶା

ପୁଣି ଆମ ବସ୍‌ ଦୁର୍ଘଟଣା: ଉତ୍ତ୍ୟକ୍ତ ଲୋକ ଭଙ୍ଗିଲେ ୩ଟି ବସ୍‌

ଭୁବନେଶ୍ୱର: ରାଜଧାନୀ ସ୍ଥିତ ଜନପଥରେ ବାଇକକୁ ସାଇଡ ମରାକୁ ନେଇ ବାଇକ ଆରୋହୀ ଓ ଆମ୍‌ ବସ୍‌ ଚାଳକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ସାମାନ୍ୟ ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକମାନେ ଆମ ବସ୍‌ ଭଙ୍ଗା ରୁଜା କରିଛନ୍ତି । ପାଖକୁ ପାଖ ଆସୁଥିବା ୩ଟି ଆମ ବସକୁ ଭାଙ୍ଗିଛନ୍ତି ଉତ୍ତ୍ୟକ୍ତ ଲୋକେ । ଦୁର୍ଘଟଣା ଘଟାଇଥିବା ଆମ ବସ୍‌ ସହ ଆଉ ୨ଟି ବସ୍‌ କୁ ଭାଙ୍ଗି ଦେଇଛନ୍ତି ଲୋକ । ପ୍ରାଣ ବିକଳରେ ଆମ ବସ୍‌ ଛାଡି ଡ୍ରାଇଭର ଓ କଣ୍ଟକ୍ଟର ପଳାଇଥିଲେ । ଖବର ପାଇ ପୁଲିସ ପହଞ୍ଚି ଲୋକଙ୍କୁ ଘଉଡାଇବାକୁ ମୃଦୁ ଲାଠିଚାଳନା କରିଛି । ଲୋକଙ୍କୁ ବୁଝାସୁଝା କରିବାକୁ ପୁଲିସ ଆଲୋଚନା କରୁଛି ।

ଘଟଣା ସ୍ଥଳରେ ପହଞ୍ଚି ଡିସିପି ଅନୁଧ୍ୟାନ କରି କହିଛନ୍ତି ଯେଉଁମାନେ ଏଭଳି କାଣ୍ଡ ଘଟାଇଛନ୍ତି ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ଘଟଣାକୁ ଗୁରୁତର ସହ ନେଉଛୁ, ଦୁର୍ଘଟଣାକୁ ବାହାନା କରି ଏଭଳି ଘଟଣା ଘଟାଇବା ଆଦୌ ଠିକ୍‌ ନୁହେଁ ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL