ଓଡ଼ିଶା

ମାଟି ଅତଡ଼ା ଧସି ପୋତି ହୋଇଗଲେ ୨ଶ୍ରମିକ, ଉଦ୍ଧାର ପରେ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର: ମାଟି ତଳୁ ଉଦ୍ଧାର ହେଲେ ୨ଶ୍ରମିକ ।  ସମ୍ବଲପୁର ଧନୁପାଲି ଥାନା ଭତରା ଶଙ୍କର ମଠ ରାସ୍ତାରେ ଅଘଟଣ ।  ସ୍ଵରେଜ ବୋର୍ଡ ଦ୍ୱାରା କାମ ଚାଲିଥିବା ବେଳେ ମାଟି ଅତଡ଼ା ଧସି ପୋତି ହୋଇଗଲେ ୨ ଜଣ ଶ୍ରମିକ ।  ସ୍ଥାନୀୟ ବାସିନ୍ଦା ଓ ଅଗ୍ନିଶମ ବାହିନୀର ମିଳିତ ଉଦ୍ୟମରେ ଉଭୟ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି ।

ଆହତ ଶ୍ରମିକମାନେ ରାଜସ୍ଥାନରେ ବୋଲି ଜଣାପଡ଼ିଛି ।  ଆହତ ଶ୍ରମିକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।  ମାଟି ଅତଡ଼ା ଖସି ଶ୍ରମିକ ଆହତ ଘଟଣାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମେଡିକାଲ ଆସି ଆହତଙ୍କୁ ସାକ୍ଷାତକରି ଆଲୋଚନା କରିଛନ୍ତି ।

ଆହତଙ୍କୁ ଉନ୍ନତ ଚିକିତ୍ସା ଯୋଗାଇ ଦେବାକୁ ଡାକ୍ତରଙ୍କୁ ପରାମର୍ଶ ଦେଇଛନ୍ତି ।  ଆହତମାନଙ୍କୁ ଫଳଦେଇ ଫେରିଯାଇଛନ୍ତି କେନ୍ଦ୍ରମନ୍ତ୍ରୀ ।  ସ୍ଵେରେଜ ବୋର୍ଡ ପକ୍ଷରୁ ପାଖାପାଖି ୨୦ ଫୁଟ ଗଭୀର ଗାତ ଖୋଲି ପାଇପ କାର୍ଯ୍ୟ ଚାଲିଥିବା ବେଳେ ଏହି ଅଘଟଣ ଘଟିଥିଲା।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL