କଟକ: ନଗର ଉନ୍ନୟନ ସଚିବ ଉଷା ପାଢ଼ୀଙ୍କୁ ହାଇକୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଦାଲତ ଅବମାନନା ଅଭିଯୋଗରେ ସଚିବ ଉଷା ପାଢ଼ୀଙ୍କ ସମେତ ପୌର ପ୍ରଶାସନ ନିର୍ଦ୍ଦେଶକ ଗଗନ ବିହାରୀ ସ୍ବାଇଁ, ଟାଉନ ପ୍ଲାନିଂ ନିର୍ଦ୍ଦେଶକ ତଥା ସ୍ବତନ୍ତ୍ର ସଚିବ ସୁଶାନ୍ତ ମିଶ୍ର, କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଓ ସାହେବ ସିନ୍ଦେ ଓ ଆଠଗଡ଼ ସ୍ବତନ୍ତ୍ର ପ୍ଲାନିଂ ଅଥରିଟିର କର୍ତ୍ତୃପକ୍ଷଙ୍କୁ ପରବର୍ତ୍ତୀ ଶୁଣାଣିରେ ହାଜର ହେବାକୁ ଏହି ନିର୍ଦ୍ଦେଶ ରହିଛି ।
ସେମାନଙ୍କୁ ପରବର୍ତ୍ତୀ ଶୁଣାଣି ସମୟରେ ହାଜର କରିବା ପାଇଁ କଟକ-ଭୁବନେଶ୍ବର ଅଥରିଟିର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ୩୦ ତାରିଖ ସକାଳ ୧୦ଟା ୩୦ରେ ହାଜର ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହି ସମୟ ଭିତରେ ଯଦି ପ୍ରତିପକ୍ଷଙ୍କ ତରଫରୁ ପୂର୍ବ ନିର୍ଦ୍ଦେଶ କାର୍ଯ୍ୟକାରୀ କରାଯାଏ ଆଉ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରାଯାଏ ତେବେ ସେମାନଙ୍କ ଉପସ୍ଥିତି ଆବଶ୍ୟକ ହୋଇ ନପାରେ ବୋଲି ହାଇକୋର୍ଟ କହିଛନ୍ତି ।








