ପୁରୀ: ପୁରୀରେ ଗଡ଼ିଲା ମୁଣ୍ଡ । ଟାଉନ ଥାନା ଅନ୍ତର୍ଗତ କଲେଜ ଛକ ନିକଟରେ ହତ୍ୟାକାଣ୍ଡ ଘଟିଛି । ମୃତକଙ୍କ ନାଁ ଗୁନା । ସେ ଜଳେଶ୍ବର ଅଞ୍ଚଳର । ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଛି । କେହି ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ କରାଯାଉଛି । କିଏ ଓ କାହିଁକି ହତ୍ୟା କଲା ଜଣାପଡିନାହିଁ ।
ଗୁନା କଲେଜ ଛକ ନିକଟ ଗାୟତ୍ରୀ ହୋଟେଲରେ କାମ କରୁଥିଲେ । ତେବେ ସେହି ହୋଟେଲରେ ଟୁକୁ ବୋଲି ଆଉ ଜଣେ କର୍ମଚାରୀ କାମ କରୁଥିବା ବେଳେ ଉଭୟଙ୍କ ମଧ୍ୟରେ ଶତ୍ରୁତା ଥିଲା । ଏନେଇ ଟୁକୁ ଗୁନାକୁ ହତ୍ୟା କରିଥିବା ହୋଟେଲ ମାଲିକ କହିଛନ୍ତି । ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ପୋଲିସ ।








