ଜାତୀୟ

ତେଲେଙ୍ଗାନାରେ ପୁଣି ୩ଶହ ବୁଲା କୁକୁରଙ୍କୁ ହତ୍ୟା

ତେଲେଙ୍ଗାନା : ସୀମା ଟପିଲା ବର୍ବରତା । ପୁଣି ୩ଶହ କୁକୁରଙ୍କୁ ହତ୍ୟା । ମାସକରେ ତେଲେଙ୍ଗାନାରେ ୯ଶହ କୁକୁରଙ୍କୁ ହତ୍ୟା । ତେଲେଙ୍ଗାନା ଜଗତିଆଲ ଜିଲ୍ଲା ପେଗଡାପାଲିରେ ଏକ ଗାତରୁ ୩ ଶହ କୁକୁରଙ୍କ ମୃତଦେହ ଉଦ୍ଧାର କରାଯାଇଛି । କୁକୁରଙ୍କୁ ବିଷାକ୍ତ ଇଞ୍ଜେକସନ୍ ଦେଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଗାଁ ସରପଞ୍ଚ ଏବଂ ଗ୍ରାମ ପଞ୍ଚାୟତ ସମ୍ପାଦକଙ୍କ ନିର୍ଦ୍ଦେଶରେ ଏହି ବର୍ବର କାଣ୍ଡ କରାଯାଇଥିବା ଅଭିଯୋଗ କରିଛନ୍ତି ପଶୁ ଅଧିକାର କର୍ମୀ। ଥାନାରେ ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରିଛି ।

ଅନ୍ୟପଟେ ବିଏନଏସ (BNS) ଧାରା ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଏହି ଘଟଣା ଦେଶରେ ପଶୁପ୍ରେମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି । ଲଗାତାର କିଛି ସପ୍ତାହ ମଧ୍ୟରେ କୁକୁରଙ୍କୁ ସାମୂହିକ ହତ୍ୟା କରାଯାଉଥିବା ରିପୋର୍ଟ ହୋଇଛି । କାମାରେଡ୍ଡୀ , ହୁନାକୋଣ୍ଡା ଏବଂ ରଙ୍ଗାରେଡ୍ଡୀ ଜିଲ୍ଲାରେ କୁକୁରଙ୍କ ମାସ୍ କିଲିଂ କରାଯାଇଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL