ଓଡ଼ିଶା

ବଡ଼ବିଲ ବ୍ୟାଙ୍କ ଡକାୟତି: ଧାନବାଦରୁ ୨ ମୁଖ୍ୟ ଅଭିଯୁକ୍ତ ଗିରଫ

ଯୋଡ଼ା : ବଡ଼ବିଲରୁ ବ୍ୟାଙ୍କ ଡକାୟତି, ଧାନବାଦରୁ ୨ ମୁଖ୍ୟ ଅଭିଯୁକ୍ତ ଗିରଫ  ।  ୨୮୮ ଗ୍ରାମ ସୁନା, ଦୁଇଟି ସ୍କର୍ପିଓ ଓ ୪ ଟି ମୋବାଇଲ ଜବତ  ।  କେନ୍ଦୁଝର ବଡ଼ବିଲ ସ୍ଥିତ ବ୍ୟାଙ୍କ ଅଫ ମହାରାଷ୍ଟ୍ରରୁ ଡକାୟତି ଘଟଣାରେ ଝାଡ଼ଖଣ୍ଡକ ଧାନବାଦରୁ ୨ ଜଣଙ୍କୁ ଗିରଫ କରିଛି ପୋଲିସ ।  ଏହି ଡକାୟତି ଘଟଣାରେ ତଦନ୍ତ ପାଇଁ କେନ୍ଦୁଝର ଅତିରିକ୍ତ ଏସପି ପ୍ରତ୍ୟୁଷ ମହାପାତ୍ରଙ୍କ ନେତୃତ୍ବରେ ଏକ ପୋଲିସ ଟିମ ଧାନବାଦ ଯାଇଥିଲା ।

କେନ୍ଦୁଝର ଓ ଝାଡ଼ଖଣ୍ଡ ଧାନବାଦ ପୋଲିସର ମିଳିତ ଟିମ ଧାନବାଦର ନିରସା ଏବଂ ସିନ୍ଦିରି ଅଞ୍ଚଳରେ ଚଢ଼ାଉ କରିଥିଲେ ।  ଡକାୟତି ମାମଲାରେ ମୁଖ୍ୟ ଅଭିଯୁକ୍ତ ରାଜାକୁମାର ସିଂ ଓ କୁନାଲ ରାଜ ବର୍ମାଙ୍କୁ ଗିରଫ କରାଯାଇଛି  ।  ସେମାନଙ୍କ ନିକଟରୁ ୨୮୮ ଗ୍ରାମ ସୁନା, ୨ କାର ଓ ୪ଟି ମୋବାଇଲ ଫୋନ ଜବତ ହୋଇଛି  ।  ଏହି ବ୍ୟାଙ୍କ ଡକାୟତି ମାମଲାରେ ଆଉ କିଛି ଫେରାର ଅଛନ୍ତି ।

ସେମାନଙ୍କୁ ଧରିବା ପାଇଁ ପୋଲିସର ଚଢ଼ାଉ ଜାରି ରହିଛି ।  ଗତ ୧୯ ତାରିଖରେ ବଡ଼ବିଲ ସ୍ଥିତ ବ୍ୟାଙ୍କ୍ ଅଫ ମହାରାଷ୍ଟ୍ର ଶାଖାରୁ ୫ କୋଟିର ସୁନା ଓ ୮ ଲକ୍ଷ ଟଙ୍କା ଲୁଟ୍ ନେଇ ଅଭିଯୋଗ ହୋଇଥିଲା ।  ୫ଟି ବାଇକରେ ୬ଜଣ ଦୁର୍ବୃତ୍ତ ଆସି ବନ୍ଧୁକ ଦେଖାଇ ଲୁଟ କରିଥିଲେ ।  ଦୁର୍ବୃତ୍ତମାନେ ଗ୍ରାହକ ଭାବେ ବ୍ୟାଙ୍କରେ ପହଞ୍ଚି ପ୍ରଥମେ ମ୍ୟାନେଜରଙ୍କ ନିକଟକୁ ଯାଇ ତାଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ ।  ଅନ୍ୟ ଗ୍ରାହକମାନଙ୍କୁ ଏକ ଘରେ ଭର୍ତ୍ତି କରି ବନ୍ଦ କରିଦେଇଥିଲେ ।  ପରେ ଲକର୍ ତାଲା ଆଣି ସେଠାରୁ ୫କୋଟି ଟଙ୍କାର ସୁନାଏବଂ ନଗଦ ୮ଲକ୍ଷ ଟଙ୍କା ନେଇ ଫେରାର୍ ହୋଇଯାଇଥିଲେ ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL