ଜାତୀୟ

୬୧ ହଜାର ଯୁବକ, ଯୁବତୀଙ୍କୁ ଚାକିରି ବାଣ୍ଟିଲେ ମୋଦୀ

ନୂଆଦିଲ୍ଲୀ: ନିଯୁକ୍ତିପତ୍ର ପାଇଲେ ୬୧ହଜାରରୁ ଅଧିକ ଯୁବକ, ଯୁବତୀ । ଆଜି ୧୮ତମ ରୋଜଗାର ମେଳା ଅବସରରେ ଏହି ନିଯୁକ୍ତିପତ୍ର ବାଣ୍ଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିଭିନ୍ନ ସରକାରୀ ବିଭାଗରେ ନବନିଯୁକ୍ତ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ସମୟ ସମ୍ବିଧାନ ପ୍ରତି ଆପଣଙ୍କର ଦାୟିତ୍ୱର ନିକଟତର କରୁଛି । ୨୪ଜାନୁଆରୀରେ ଆମର ସମ୍ବିଧାନ ଜନ ଗଣ ମନକୁ ଜାତୀୟ ସଙ୍ଗୀତ ଭାବରେ ଏବଂ ବନ୍ଦେ ମାତରମକୁ ଜାତୀୟ ଗୀତ ଭାବରେ ଗ୍ରହଣ ହୋଇଥିଲା । ଏହି ନିଯୁକ୍ତିପତ୍ର ଏଖ ପ୍ରକାରେ, ରାଷ୍ଟ୍ର ନିର୍ମାଣ ପାଇଁ ଏକ ନିମନ୍ତ୍ରଣ ପତ୍ର । ଏହା ଏକ ବିକଶିତ ଭାରତ ଆଡକୁ ଦିଗଦର୍ଶନ ଦେବା ପାଇଁ ଏକ ସଂକଳ୍ପ ପତ୍ର ।

ନିଯୁକ୍ତିପତ୍ର ବାଣ୍ଟି ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଗତ ୫-୭ବର୍ଷ ମଧ୍ୟରେ ଯେତେବେଳେ ଆପଣ ସରକାରଙ୍କ ସହିତ ସମ୍ପର୍କ କରିଥିଲେ, ତାହା ସରକାରୀ କାର୍ଯ୍ୟାଳୟ ହେଉ କିମ୍ବା କୌଣସି ଉପାୟରେ କିଛି ଅସୁବିଧାରେ ସମ୍ମୁଖୀନ ହୋଇଥିଲେ କିମ୍ବା କିଛି ତ୍ରୁଟି ଲକ୍ଷ୍ୟ କରିଥିଲେ ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL