ଓଡ଼ିଶା

ଟ୍ୟାଙ୍କରରେ ଗୋ-ଚାଲାଣ: ୩୨ ଗୋରୁ ଉଦ୍ଧାର, ଡ୍ରାଇଭର ଚମ୍ପଟ

ଦୋବଲ: ଭଦ୍ରକ ଜିଲା ଗୋରକ୍ଷା ସଂଗଠନର ସୂଚନା ଆଧାରରେ ଧାମନଗର ଥାନା ଅଧୀନ ଏନଏଚ୍‌-୧୬ ବାରିକପୁର ଛକ ନିକଟରେ ଏକ ଗୋରୁ ବୋଝେଇ ଗାଡ଼ିକୁ ଜବତ କରାଯାଇଛି। ଗାଡ଼ି ଭିତରୁ ମୋଟ ୩୨ଟି ଗୋରୁ ଉଦ୍ଧାର କରାଯାଇଥିବା ବେଳେ, ତାହାମଧ୍ୟରୁ ୨ଟି ଗୋରୁ ମୃତ ଅବସ୍ଥାରେ ମିଳିଛି।

ସୂଚନା ଅନୁସାରେ, ଆଜି ସକାଳୁ ଯାଜପୁରରୁ ଭଦ୍ରକ ଅଭିମୁଖେ ଯାଉଥିବା ଏକ ଗୋରୁ ବୋଝେଇ ଗାଡ଼ି ସମ୍ପର୍କରେ ଗୋରକ୍ଷା ସଂଗଠନ ପକ୍ଷରୁ ଖବର ମିଳିଥିଲା। ଏହା ପରେ ଭଣ୍ଡାରୀପୋଖରୀ ନିକଟରୁ ଗୋରକ୍ଷକମାନେ ଗାଡ଼ିଟିକୁ ପିଛା କରି ବାରିକପୁର ଛକ ଠାରେ ଅଟକାଇଥିଲେ। ଗାଡ଼ି ଅଟକାଇବା ସମୟରେ ଡ୍ରାଇଭର ଗାଡ଼ିଟିକୁ ଛାଡ଼ି ଫେରାର ହୋଇଯାଇଥିଲେ ।

ଗାଡ଼ିଟି ଏକ ଭାରତ ପେଟ୍ରୋଲିୟମ ଟ୍ୟାଙ୍କର ଥିବା ବେଳେ, ତାହାର ଭିତରେ ଅମାନବିକ ଭାବେ ୩୨ଟି ଗୋରୁ ଭର୍ତ୍ତି କରାଯାଇଥିଲା। ଏହା ଫଳରେ କିଛି ସମୟ ପାଇଁ ଘଟଣା ସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା।
ଖବର ପାଇ ଧାମନଗର ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ପରେ ଅଗ୍ନିଶମ ବାହିନୀ ଓ ଗୋସେବକମାନଙ୍କ ସହଯୋଗରେ ସମସ୍ତ ଗୋରୁକୁ ଉଦ୍ଧାର କରି ଗୋସ୍ୱାଳାକୁ ପଠାଯାଇଥିଲା। ଏ ସମ୍ପର୍କରେ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL