ସୁନ୍ଦରଗଡ଼ : ବର୍ବର, ଅମାନୁଷିକ, ଅଭାବନୀୟ ଘଟଣା । ୮୦ ବର୍ଷର ବୃଦ୍ଧାଙ୍କୁ ଜିଅନ୍ତା ଜାଳିଦେଲେ ଦୁର୍ବୃତ୍ତ । ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ରଙ୍ଗିଆଢ଼ିପା ଗାଁରେ ଘଟିଛି ଲୋମଟାଙ୍କୁରା କାଣ୍ଡ । ବୃଦ୍ଧା ଜଣକ ଦିନତମାମ ଘରୁ ନବାହାରିବାରୁ ସନ୍ଦେହରେ କବାଟ ଖୋଲିବା ପରେ ବୃଦ୍ଧାଙ୍କ ଦଗଧ ମୃତଦେହ ଠାବ ହୋଇଛି ।
ପ୍ରକାଶ, ବୃଦ୍ଧା ସୁମିତ୍ରା ବାଗ ଗତ ବୁଧବାର ଦିନ ପଞ୍ଚାୟତରୁ 3500 ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ନେଇ ଘରକୁ ଫେରି ଥିଲେ । ବୁଧବାର ଠାରୁ ଗୁରୁବାର ରାତି ତମାମ କବାଟ ଖୋଲି ନଥିଲେ କି।ଘରୁ ବାହାରି ନଥିଲେ । ଶୁକ୍ରବାର ଦିନ ବୃଦ୍ଧାଙ୍କ ଜଣେ ସମ୍ପର୍କୀୟ ନାତି ଆସି କବାଟ ବାଡେଇ ଥିଲେ । କିନ୍ତୁ ବୃଦ୍ଧା କବାଟ ଖୋଲି ନଥିଲେ,ନାତି ମନରେ ସନ୍ଦେହ ହେବାରୁ କବାଟ ତାଡି ଘର ଭିତରକୁ ପଶି ଦେଖିଲା ବେଳକୁ ବୃଦ୍ଧାଙ୍କ ମୃତ ଦେହ ଖଟରେ ପଡ଼ିଥିଲା ।
ଏପରିକି ବୃଦ୍ଧାଙ୍କ ଶରୀରର ୯୦ ପ୍ରତିଶତ ପୋଡ଼ି ଯାଇଥିଲା । ନାତି ଜଣକ ତୁରନ୍ତ ସ୍ଥାନୀୟ ଲୋକଙ୍କୁ କହିବା ପରେ ପଡୋଶୀ ବୃଦ୍ଧାଙ୍କ ଝାରସୁଗୁଡ଼ାରେ ରହୁଥିବା ଦୁଇ ପୁଅଙ୍କୁ ଖବର ଦେଇଥିଲେ । ପରେ ଦୁଇ ପୁଅ ଆସି ହେମଗିରି ଥାନାରେ ଏତଲା ଦେବା ପରେ ପୋଲିସ ଓ ସାଇନ୍ଟିଫିକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।








