ଭୁବନେଶ୍ବର: ଖଣ୍ଡଗିରି ମେଳାରେ ମାତିଛନ୍ତି ବଞ୍ଜାରା ଗ୍ୟାଙ୍ଗ୍ । ଭିଡ଼ରେ ଆତଙ୍କ ଖେଳାଉଛନ୍ତି । ଆଖି ପିଛୁଳାକେ ଗାଏବ କରୁଛନ୍ତି ଦର୍ଶକଙ୍କ ମୋବାଇଲ, ପର୍ସ ଓ ସୁନା ଅଳଙ୍କାର । ଲୁଟପାଟ କରି ଲୋକଙ୍କ ନିଦ ହଜାଇବା ସହ ପୋଲିସକୁ ନାକେଦମ କଲେଣି । ଲୁଟେରାଙ୍କୁ ଧରିବାକୁ ସ୍ପେଶାଲ ଡ୍ରାଇଭ୍ କରିଛି କମିଶନରେଟ୍ ପୋଲିସ । ଖଣ୍ଡଗିରି ଥାନା ପୋଲିସ ଲୁଟ୍ ପାଟରେ ସମ୍ପୃକ୍ତ ୬ ଜଣଙ୍କୁ କାବୁ କରିଛି । ସେମାନଙ୍କ ଠାରୁ ନଗଦ ଟଙ୍କା ସହ ମୋବାଇଲ ଜବତ ହୋଇଛି । ଭିଡ଼ର ସୁଯୋଗ ନେଇ ଏମାନେ ଆତଙ୍କ ଖେଳାଉଥିଲେ ।
ଖଣ୍ଡଗିରି ମେଳାରେ ମାତିଛନ୍ତି ବଞ୍ଜାରା ଗ୍ୟାଙ୍ଗ୍, ପୋଲିସ ନାକେଦମ







