ଝାଡ଼ଖଣ୍ଡ : ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁଘର୍ଟଣା । ଏକ ଟ୍ରକ ସହିତ ଧକ୍କା ହେବାରୁ ବାଇକରେ ଥିବା ୪ ଜଣଙ୍କ ଜୀବନ ଚାଲିଯାଇଛି । ପୋଲିସ ଘଟଣା ବିଷୟରେ ସୂଚନା ଦେଇଛି । ପୋଲିସ ଟ୍ରକକୁ ଜବତ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ପୋଲିସ କହିବା ମୁତାବକ, ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିବ କି, ଏମାନେ ନିଶାସକ୍ତ ଥିଲେ କି ନାହିଁ ?
ପୋଲିସ ଅଧିକାରୀଙ୍କ କହିବା ମୁତାବକ, କରାଇକେଲ ଥାନା ଅଞ୍ଚଳରେ ଅପରାହ୍ନ ୩ଟାରେ ଗୋଟିଏ ବାଇକରେ ୪ ଜଣ ବସି ଟ୍ରକକୁ ଓଭରଟେକ କରିବାକୁ ଚେଷ୍ଟା କରୁଥିଲେ । ଓଭରଟେକ କରିବା ଚକ୍କରରେ ଟ୍ରକକୁ ଧକ୍କା ଦେଇଥିଲା ବାଇକ । ଫଳରେ ଘଟଣା ସ୍ଥଳରେ ୪ ଜଣଙ୍କ ଜୀବନ ଚାଲିଯାଇଛି । ସେମାନଙ୍କ ପରିଚୟ ମିଳିଛି ।
ପୋଲିସ ଟ୍ରକକୁ ଜବତ କରିଥିବା ବେଳେ ଟ୍ରକ ଚାଳକ ଫେରାର ହୋଇଯାଇଥିବା ଜଣାପଡିଛି । ୪ଟି ଯାକ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ପୋଲିସ ମାମଲାର ଯାଞ୍ଚ କରୁଛି ।
ସୂଚନାଯୋଗ୍ୟ, ରାଜସ୍ଥାନ ଦୌସା ଜିଲ୍ଲାରେ ଅନ୍ୟ ଏକ ଦୁର୍ଘଟଣାରେ ୪ ଜଣଙ୍କ ଜୀବନ ଚାଲିଯାଇଛି । ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ୱେରେ ଏହି ଦୁର୍ଘଟଣା ଘଟିଛି । ଏମାନେ ମହାକାଳ ଦର୍ଶନ କରି ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା ।






