ବ୍ରହ୍ମପୁର: ପୁଣି ଅଲୋଡା ହେଲା ଶିଶୁ କନ୍ୟା। ଗଞ୍ଜାମ ଦିଗପହଣ୍ଡି ଥାନା ଭୀଷ୍ମଗିରୀ ପୋଖରୀରେ ଭାସୁଛି ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର। ବିଳମ୍ବିତ ରାତିରେ ନବଜାତ ଶିଶୁ କନ୍ୟାକୁ ଫିଙ୍ଗି ଦେଇଥିବା ସନ୍ଦେହ। ନବଜାତକୁ ଦେଖି ପୋଲିସକୁ ଖବର ଦେଲେ ସ୍ଥାନୀୟ ଲୋକେ।
ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗଞ୍ଜାମ ଦିଗପହଣ୍ଡି ଥାନା ଭୀଷ୍ମଗିରୀ ବଡ଼ବନ୍ଧରେ ଏକ ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର ହୋଇଛି। କୁମାରୀ ମାତୃତ୍ଵ ପରେ ଲୋକ ଲଜ୍ଜା ଭୟରେ ଜନ୍ମିତ ଶିଶୁକନ୍ୟାଙ୍କୁ ମାରି ଦେଇ ପୋଖରୀ ପାଣିରେ ଫୋପାଡି ଦିଆଯାଇଥିବା ନେଇ ଗାଁ ସାରା ଚର୍ଚ୍ଚା ଲାଗି ରହିଛି । ମୃତ ଶିଶୁକନ୍ୟା ଜନ୍ମ ହେବା ପରେ ଗ୍ରାମର କୌଣସି ମହିଳା ସୋମବାର ସନ୍ଧ୍ୟାରେ ମୃତଦେହ ଆଣି ପୋଖରୀରେ ଫୋପାଡି ଚାଲିଯାଇଥିବା ଗ୍ରାମର କିଛି ବ୍ୟକ୍ତି ଜଣାଇଛନ୍ତି।







