ଜାତୀୟ

ଭାରତ-EU ମଧ୍ୟରେ ଐତିହାସିକ ଚୁକ୍ତି ସ୍ବାକ୍ଷରିତ

ନୂଆଦିଲ୍ଲୀ : ଭାରତ-EU ମଧ୍ୟରେ ଐତିହାସିକ ଚୁକ୍ତି ସ୍ବାକ୍ଷରିତ ହୋଇଛି । ଉଭୟ ପକ୍ଷ ମଧ୍ୟରେ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ବାକ୍ଷରିତ । ୨୦୦୭ ମସିହାରୁ ୧୮ ବର୍ଷ ଧରି ଚାଲିଥିବା ଏହି ବାଣିଜ୍ୟ ଚୁକ୍ତିନାମା ପାଇଁ ଆଲୋଚନା ଶେଷରେ ସଫଳ ହୋଇଛି । ଐତିହାସିକ ଚୁକ୍ତିନାମା ଉପରେ ମୋହର ଲାଗିଥିବା ନେଇ ଆନୁଷ୍ଠାନିକ ଭାବେ ଘୋଷଣା ହୋଇଛି । “ମଦର ଅଫ୍ ଅଲ୍ ଡିଲ୍ “କୁ ସ୍ୱାଗତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତ ଓ ୟୁରୋପ ଲୋକଙ୍କ ପାଇଁ ଏହା ବଡ଼ ସୁଯୋଗ ଆଣିବ ।

​​​​​​​ଦୁଇ ଦେଶର ମିଳିତ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି,” ଇତିହାସରେ ଭାରତ-ଇୟୁ ମଧ୍ୟରେ ଏହା ସବୁଠୁ ବଡ଼ ଚୁକ୍ତି । ଏହି ମୁକ୍ତ ବାଣିଜ୍ୟ ଚୁକ୍ତି ଐତିହାସିକ, ସମସ୍ତଙ୍କୁ ନୂଆ ଅବସର ମିଳିବ । ୨୭ ୟୁରୋପୀୟ ଦେଶ ସହ ଡିଲ୍ ହୋଇଛି, ବିଶ୍ବରେ ଏହା ସ୍ଥିରତା ଆଣିବ । ଏହି ଚୁକ୍ତି ଦ୍ବାରା ୟୁରୋପ-ଭାରତ ମଧ୍ୟରେ ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି । ଆଜିଠାରୁ ନୂଆ ଯୁଗର ଆରମ୍ଭ ହୋଇଛି । ଆମେ ଆଗାମୀ ୫ ବର୍ଷ ପାଇଁ ଏକ ମହତ୍ୱାକାଂକ୍ଷୀ ଏବଂ ସାମଗ୍ରିକ ରଣନୈତିକ କାର୍ଯ୍ୟସୂଚୀ ଆରମ୍ଭ କରୁଛୁ ।

ଭାରତ ଓ ୟୁରୋପ ଫ୍ରି ଟ୍ରେଡ୍ ଏଗ୍ରିମେଣ୍ଟ ଫଳରେ ଶସ୍ତା ହେବ ବିଦେଶୀ ଗାଡ଼ି ଓ ମଦ । ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ପ୍ରାୟ ୧୩୬ ବିଲିୟନ ଡଲାରର ବ୍ୟବସାୟ ଚାଲିଛି ।  ଫ୍ରି ଟ୍ରେଡ ଏଗ୍ରିମେଣ୍ଟ ପରେ ୯୦ପ୍ରତିଶତରୁ ଅଧିକ ପଣ୍ୟଦ୍ରବ୍ୟ ଉପରୁ ଆଦାୟ ହେଉଥିବା ସୀମା ଶୁଳ୍କକୁ ଧୀରେ ଧୀରେ ହଟାଇ ଦିଆଯିବ । ଫଳରେ ଭାରତୀୟ ସାମଗ୍ରୀ ୟୁରୋପ ବଜାରରେ ଶସ୍ତା ହେବ ଏବଂ ଚାଇନା ଭଳି ଦେଶ ସହିତ ପ୍ରତିଯୋଗିତା କରିପାରିବ ।

ବର୍ତ୍ତମାନ ଭାରତର କପଡ଼ା, ଜୋତା ଏବଂ ଅଳଙ୍କାର ଉପରେ ୟୁରୋପରେ ପ୍ରାୟ ୧୦ପ୍ରତିଶତ ଟ୍ୟାକ୍ସ ଲାଗୁଛି । ଚୁକ୍ତି ପରେ ଏହା ଶୂନ ହୋଇଯିବ । ଏହାଦ୍ୱାରା ହସ୍ତତନ୍ତ ଓ କପଡ଼ା ଶିଳ୍ପ ବହୁତ ଲାଭ ପାଇବେ । ଭାରତର ଆଇଟି ଏବଂ ବିପିଓ କ୍ଷେତ୍ରର କର୍ମଚାରୀମାନେ ୟୁରୋପର ୨୭ଟି ଯାକ ଦେଶରେ କାମ କରିବା ପାଇଁ ସହଜରେ ଭିସା ଓ ଅନୁମତି ପାଇବେ । ଭାରତର ଜେନେରିକ୍ ଔଷଧ ୟୁରୋପ ବଜାରରେ ବିକ୍ରି କରିବା ପାଇଁ ପୂର୍ବ ଅପେକ୍ଷା ସହଜ ନିୟମ ଲାଗୁ ହେବ ।

ୟୁରୋପରୁ ଆସୁଥିବା ସାମଗ୍ରୀ ଉପରେ ଭାରତରେ ଟିକସ କମିବ । ୟୁରୋପୀୟ ଲକ୍ସୁରୀ କାର୍ ଉପରେ ବର୍ତ୍ତମାନ ୧୧୦% ପର୍ଯ୍ୟନ୍ତ ଟ୍ୟାକ୍ସ ଲାଗୁଛି । ଏହାକୁ ହ୍ରାସ କରି ୪୦% କରାଯିବ । ବିଶେଷ କରି ଇଲେକ୍ଟ୍ରିକ୍ ଗାଡ଼ି (EV) ଗୁଡ଼ିକ ଅଧିକ ଶସ୍ତା ହେବ । ସ୍କଚ୍ ହୁଇସ୍କି ଏବଂ ସାମ୍ପେନ୍ ଉପରୁ ଟ୍ୟାକ୍ସ କମିବା ଫଳରେ ଏହାର ଦାମ୍ ଯଥେଷ୍ଟ କମିବ । ୟୁରୋପୀୟ ମେସିନାରୀ, କଳକବଜା ଏବଂ ବିମାନର ପାର୍ଟସ୍ ଶସ୍ତା ହେବ, ଯାହାଦ୍ୱାରା ଭାରତର ଶିଳ୍ପାୟନ ତ୍ୱରାନ୍ୱିତ ହେବ । ତେବେ ବିଦେଶୀ ବିଦେଶୀ ସାମଗ୍ରୀ ଶସ୍ତା ହେଲେ ଭାରତୀୟ କମ୍ପାନୀ କ୍ଷତି ସହିବା ନେଇ ଆଶଙ୍କା ଦେଖାଯାଇଛି ।

ରିପୋର୍ଟ ଅନୁଯାୟୀ, ୟୁରୋପୀୟ ସଂଘ ସହିତ ମୁକ୍ତ ବାଣିଜ୍ୟ ଚୁକ୍ତିନାମା (FTA) ଅନୁଯାୟୀ, ଭାରତ ୟୁରୋପୀୟ ଯାନବାହନ ଉପରେ ଆମଦାନୀ ଶୁଳ୍କକୁ ବର୍ତ୍ତମାନର ୧୧୦ ପ୍ରତିଶତରୁ ୪୦ ପ୍ରତିଶତକୁ ହ୍ରାସ କରିବାକୁ ପ୍ରସ୍ତୁତ ହେଉଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL