ଭୁବନେଶ୍ୱର: ଏଥର ଗୋଟିଏ ଟେବୁଲରେ ବସିବେ ଓଡିଶା- ଛତିଶଗଡ଼। ମହାନଦୀକୁ ନେଇ ମୁହାଁମୁହିଁ ହେବେ ଏବଂ କରିବେ ଆଲୋଚନା। ଖୁବଶୀଘ୍ର ଓଡିଶାର ଏକ ଟିମ ଛତିଶଗଡର କ୍ଷେତ୍ର ପରିଦର୍ଶନ କରିବ । ହେଲେ ଓଡିଶା କେଉଁ ପ୍ରସଙ୍ଗରେ ଆଲୋଚନା କରିବ ସେ ଉପରେ ସମସ୍ତଙ୍କ ନଜର।
ଅନ୍ୟପଟେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହ ଦେଓଙ୍କ ଅଧ୍ୟକ୍ଷତାରେ ଓଡ଼ିଶାର ଏକ ଉଚ୍ଚସ୍ତରୀୟ ଟିମ୍ ଖୁବଶୀଘ୍ର ଛତିଶଗଡ଼ରେ ମହାନଦୀ କ୍ଷେତ୍ର ପରିଦର୍ଶନ କରିବେ। ଏଥି ସହିତ ଛତିଶଗଡ଼ ସରକାରଙ୍କ ସହିତ ଆଲୋଚନା କରିବେ। ସୂଚନା ଅନୁସାରେ ଜାନୁଆରୀ ୨୯ ଓ ୩୦ ତାରିଖରେ ଯାଇପାରନ୍ତି ଓଡ଼ିଶାର ଉଚ୍ଚସ୍ତରୀୟ ଟିମ୍।







