ଜାତୀୟ

ଅଜିତଙ୍କୁ ଝୁରୁଛନ୍ତି ସମର୍ଥକ; ଆହତଙ୍କ ସାହାଯ୍ୟ ପାଇଁ ପ୍ରୋଟୋକଲ୍ ଭାଙ୍ଗିଥିଲେ

ମହାରାଷ୍ଟ୍ର : ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ୍ ପାୱାରଙ୍କ ଆଜି ଦେହାନ୍ତ ହୋଇଛି । ବାରାମତିର ଏୟାରଷ୍ଟ୍ରିପ୍ ନିକଟରେ ଏକ ବିମାନ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କ ମୃତ୍ୟୁ ଖବର ଶୁଣିବା ପରେ ତାଙ୍କ ପରିବାର ଏବଂ ସମର୍ଥକମାନେ ମର୍ମାହତ ହୋଇପଡିଛନ୍ତି ।

ଆପଣଙ୍କୁ ଜଣାଇ ରଖୁଛୁ ଯେ, ଅଜିତ ପାୱାରଙ୍କ ଦେହାନ୍ତର  ମାତ୍ର ୨୦ ଦିନ ପୂର୍ବରୁ ଅର୍ଥାତ୍ ଜାନୁଆରୀ ୮ ତାରିଖରେ ଏକ ସଡ଼କ ଦୁର୍ଘଟଣାରେ ଆହତ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ସାହାଯ୍ୟ କରିଥିଲେ । ଯାହାକୁ ନେଇ ଏବେ ବ୍ୟାପକ ଆଲୋଚନା ହେଉଛି ।

ସୂଚନାନୁଯାୟୀ, ଜାନୁଆରୀ ୮ ତାରିଖରେ ଅଜିତ ପାୱାରଙ୍କ ମାନବିକତା ଦୃଷ୍ଟିକୋଣ ଦେଖିବାକୁ ମିଳିଥିଲା । ସେହି ଦିନ ସକାଳେ ପୁଣେର ରେଞ୍ଜ ହିଲ୍ ଅଞ୍ଚଳରେ ଏକ ସଡ଼କ ଦୁର୍ଘଟଣା ଘଟିଥିଲା । ପ୍ରୋଟୋକଲ୍ ଭାଙ୍ଗି ଅଜିତ ପାୱାର ତାଙ୍କ କାଫଲାକୁ ଅଟକାଇ ଦେଇଥିଲେ । ଏହା ବ୍ୟତୀତ ସେ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଆହତ ଯୁବକଙ୍କୁ ସାହାଯ୍ୟ କରିଥିଲେ ଏବଂ ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।

ଆପଣଙ୍କୁ ଜଣାଇ ରଖୁଛୁ ଯେ, ଅଜିତ ପାୱାର ଏକ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସେହି ଅଞ୍ଚଳ ଦେଇ ଯାଉଥିଲେ । ସେହି ସମୟରେ ସେଠାରେ ଦୁର୍ଘଟଣା ହୋଇଥିବା ଦେଖି ସେ ଆହତ ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ଭାବିଥିଲେ । ଏଥିସହ ତାଙ୍କ ଚିକିତ୍ସା ପାଇଁ ପ୍ରୋଟୋକଲ ଭାଙ୍ଗିଥିଲେ । ତାଙ୍କର ଏଭଳି ସାହାଯ୍ୟ ମନୋବୃତ୍ତି ପାଇଁ ତାଙ୍କୁ ଅନେକ ପ୍ରଶଂସା ମିଳିଥିଲା ।

ଅନ୍ୟପଟେ ଅଜିତ୍ ପାୱାର ଆହତଙ୍କୁ ସାହାଯ୍ୟ କରିବାର ଠିକ୍ ୨୦ ଦିନ ପରେ ଉପମୁଖ୍ୟମନ୍ତ୍ରୀ ଅଜିତଙ୍କର ଦେହାନ୍ତ ହୋଇଛି । ତାଙ୍କର ବିମାନ ବାରାମତୀର ଏୟାରଷ୍ଟ୍ରିପରେ ଅବତରଣ କରିପାରି ନ ଥିଲା ଏବଂ ନିକଟସ୍ଥ ଏକ ପାହାଡ଼ରେ ଧକ୍କା ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବିମାନଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବା ସହ ଅଜିତଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ହୋଇଛି । ଅଜିତ ପାୱାରଙ୍କ ସମର୍ଥକମାନେ ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରୁଛନ୍ତି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL