ଉଲ୍ଲେଖ ଥାଉ କି ଆଜିର ବନ୍ଦ ପାଳନକୁ ନେଇ ଗତକାଲି କଂଗ୍ରେସ ପକ୍ଷରୁ କୁହାଯାଇଥିଲା ଯେ ମଣ୍ଡିରେ ଦେଖାଦେଇଥିବା ଚରମ ଅବ୍ୟବସ୍ଥା, ୧୫୦ କ୍ବିଣ୍ଟାଲ୍‌ରୁ ଅଧିକ ଧାନବିକା ବେଳେ ଇନ୍‌ପୁଟ୍‌ ସବ୍‌ସିଡିକୁ ସରକାର ବନ୍ଦ କରିଦେବା, ବିଜୁଳିକୁ ନେଇ ସରକାର, ଓଇଆର୍‌ସି ଓ ଟାଟା ପାୱାରର ମନମାନି ବିରୋଧରେ ଦଳ ପକ୍ଷରୁ ଆନ୍ଦୋଳନ ଜାରି ରହିଛି। ପ୍ରଦୂଷଣ ସାର୍ଟିଫିକେଟ୍‌ ନାଁରେ ରାଜ୍ୟବାସୀ ଯେଭଳି ତଣ୍ଡ ଗଣୁଛନ୍ତି ତା’ ବିରୋଧରେ ବି କଂଗ୍ରେସ ସ୍ବର ଉତ୍ତୋଳନ କରିଆସିଛି। ତେଣୁ ବନ୍ଦ ଘୋଷଣାକୁ ସମର୍ଥନ କରିବାକୁ ସବୁ ଜିଲ୍ଲା କଂଗ୍ରେସ କମିଟିକୁ ନିର୍ଦ୍ଦେଶ ଦିଆଯାଇଛି।