ମୁମ୍ବାଇ: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ତଥା ଏନସିପି ନେତା ଅଜିତ ପାୱାରଙ୍କ ବୁଧବାର ସକାଳେ ଏକ ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ତାଙ୍କ ଚାର୍ଟର୍ଡ ବିମାନ ବାରାମତିରେ ଅବତରଣ କରିବାକୁ ଚେଷ୍ଟା କରୁଥିବା ସମୟରେ ଏହି ଦୁଃଖଦ ଘଟଣା ଘଟିଥିଲା।
ଦୁର୍ଘଟଣାରେ ବିମାନରେ ଥିବା ସମସ୍ତ ଛଅ ଜଣଙ୍କର ମୃତ୍ୟୁ ହୋଇଥିଲା। ଯାହା ସମଗ୍ର ମହାରାଷ୍ଟ୍ର ଏବଂ ଦେଶରେ ଶୋକର ଛାୟା ଖେଳାଇଦେଇଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିୟୋଗରେ ଦୁଃଖ ପ୍ରକାଶ କରି କହିଛନ୍ତି, “ଆମେ ରାଜ୍ୟରେ ତିନି ଦିନିଆ ଶୋକ ଘୋଷଣା କରିଛୁ।”






