ଆସାମ : ଆସାମ ବାରପେଟା ଜିଲ୍ଲାରେ ବ୍ରହ୍ମପୁତ୍ର ନଦୀରେ ଏକ ଡଙ୍ଗା ବୁଡ଼ି ଛଅ ଜଣ ନିଖୋଜ ହୋଇଥିବା ଖବର ମିଳିଛି। ୨୨ ଜଣ ଏକ ଡଙ୍ଗାରେ ବ୍ରହ୍ମପୁତ୍ର ନଦୀରେ ଯାଉଥିବା ବେଳେ ବୁଡ଼ିଯାଇଥିଲା । ଏନଡିଆରଏଫ ଓ ଏସଡିଆରଏଫଙ୍କ ସହ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ଦ୍ୱାରା ଅନେକଙ୍କ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ୬ ଜଣ ନିଖୋଜ ରହିଛନ୍ତି ।
ଆସାମ ବାରପେଟା ଜିଲ୍ଲାର ରାହାମପୁର ଅଞ୍ଚଳରେ ଏକ ଅଘଟଣ ଘଟିଛି । ବ୍ରହ୍ମପୁତ୍ର ନଦୀରେ ଏକ ଡଙ୍ଗା ବୁଡ଼ି ଛଅଜଣ ନିଖୋଜ ଅଛନ୍ତି । ବାରପେଟା ଜିଲ୍ଲାର ବରିଷ୍ଠ ପୋଲିସ ଅଧିକ୍ଷକ ସୁଶାନ୍ତ ବିଶ୍ୱ ଶର୍ମା ଗଣମାଧ୍ୟମକୁ କହିଛନ୍ତି ଯେ, ଏନଡିଆରଏଫ, ଏସଡିଆରଏଫ ଦଳ ଏବଂ ପୋଲିସ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ।
ଅନ୍ୟପକ୍ଷରେ, ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି ଯେ, ଡଙ୍ଗାରେ ଲାଇଫ ଜ୍ୟାକେଟ୍ ନଥିଲା । ନଦୀର ପ୍ରବଳ ସ୍ରୋତ ଯୋଗୁଁ ଭଉଁରୀରେ ପଡିଯାଇଥିଲା । ଫଳରେ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ଏନଡିଆରଏଫ ଓ ଏସଡିଆରଏଫଙ୍କ ସହ ସ୍ଥାନୀୟ ମତ୍ସ୍ୟଜୀବୀ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସହାୟତା କରୁଛନ୍ତି ।







