ଓଡ଼ିଶା

ଡାହାଣୀ ସନ୍ଦେହରେ ମା’କୁ ହତ୍ୟା କଲା ପୁଅ

ମୟୂରଭଞ୍ଜ: ଅନ୍ଧ ବିଶ୍ୱାସର କରୁଣ ପରିଣତି । ଡାହାଣୀ ସନ୍ଦେହରେ ଜନ୍ମକଲା ମା’କୁ କଟୁରୀରେ ହାଣି ହତ୍ୟା କଲା ଜହ୍ଲାଦ ପୁଅ । ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଭଳିଆଡ଼ିହା ପଞ୍ଚାୟତ କଲରାଫୁଲିଆ ଗାଁରେ ଏହି ଘଟଣା ଘଟିଛି । ଅଭିଯୁକ୍ତ ପୁଅ ତପନ ସିଂ ଗିରଫ । ମୃତ ମାଆ ହେଲେ ରାଇମଣି ସିଂ ।

ଗତ କିଛି ମାସ ପୂର୍ବେ ତପନଙ୍କ ସ୍ତ୍ରୀଙ୍କ ଗର୍ଭରେ ହିଁ ତାଙ୍କ ଶିଶୁର ମୃତ୍ୟୁ ହୋଇଥିଲା । ନିଜ ଜନ୍ମ କଲା ମାଆ ଉପରେ ସନ୍ଦେହ କରିଥିଲା ତପନ । ମାଆ ହିଁ ଡାହାଣୀ ହୋଇ ତା ପୁଅକୁ ଖାଇଛି ବୋଲି ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇଥିଲା ତପନ । ସେହି ରାଗରେ ଆଜି ସକାଳୁ ଏକ କଟୁରୀରେ ମାଆକୁ ହାଣୀ ହତ୍ୟା କରିଥିଲା । ପଡୋଶୀ ଚିତ୍କାର ଶୁଣି ଦେଖିବା ବେଳକୁ ମାଆ ଚଟାଣରେ ଟଳି ପଡ଼ିଥିଲା । ସଙ୍ଗେ ସଙ୍ଗେ ପଡୋଶୀ ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ବେତନଟୀ ଥାନା ପୋଲିସ୍ ପହଞ୍ଚି ଅଭିଯୁକ୍ତ ପୁଅକୁ ଗିରଫ କରିବା ସହ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL