ଓଡ଼ିଶା

ରାଜ୍ୟ ସରକାରଙ୍କ ଏସସି, ଏସଟି ପଦୋନ୍ନତି ସଂରକ୍ଷଣ ନିର୍ଦ୍ଦେଶ ଅସିଦ୍ଧ ଘୋଷିତ

କଟକ : ପଦୋନ୍ନତିରେ ଏସ୍.ସି ଓ ଏସ୍.ଟି ସଂରକ୍ଷଣ ନେଇ ଓଡିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ।  ରାଜ୍ୟ ସରକାରଙ୍କ ଏସସି, ଏସଟି ପଦୋନ୍ନତି ସଂରକ୍ଷଣ ନିର୍ଦ୍ଦେଶକୁ ଅସିଦ୍ଧ ଘୋଷଣା କଲେ ଓଡିଶା ହାଇକୋର୍ଟ ।  ମାନ୍ୟବର ବିଚାରପତି ଜଷ୍ଟିସ ବିରଜା ପ୍ରସନ୍ନ ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠଙ୍କ ଏଭଳି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି ।  ହିରଣ୍ମୟୀ ନାୟକ ସମେତ ୬୩ ଟି ଆବେଦନର ଏକତ୍ର ଶୁଣାଣି କରି ୧୦୩ ପ୍ରୁଷ୍ଠାର ଐତିହାସିକ ରାୟ ପ୍ରଦାନ କରିଛନ୍ତି ମାନ୍ୟବର ବିଚାରପତି ଜଷ୍ଟିସ ଶତପଥୀ ।  ଏସ୍ .ସି ଓ ଏସ୍ .ଟି ବିଭାଗର ୨୦୨୪ ଓ ୨୦୨୫ ସଂଶୋଧିତ ନିର୍ଦ୍ଦେଶନାମାକୁ ଅସିଦ୍ଧ ଘୋଷଣା କରିଛନ୍ତି ।

ରାଜ୍ୟ ସରକାରଙ୍କ ଏହି ସଂଶୋଧିତ ନିର୍ଦ୍ଦେଶନାମା ଆଇନ ସମ୍ମତ ନୁହେଁ ବୋଲି ଦର୍ଶାଇ ଏହାକୁ ଖାରଜ କରିଛନ୍ତି ହାଇକୋର୍ଟ ।  ରୁଲ୍-୩ (କ) ସଂଶୋଧିତ ୨୦୨୨ ଅନୁଯାୟୀ ଏସ୍. ସି ଓ ଏସ୍. ଟି ପ୍ରାର୍ଥୀ ନିଜ ଯୋଗ୍ୟତାକୁ ଆଧାର କରି ପଦୋନ୍ନତୀ ପାଇବାକୁ ହକଦାର ।  ଆଵେଦନକାରୀଙ୍କ ପକ୍ଷରୁ ମିଳିତଭାବେ ଦର୍ଶାଯାଇଥିଲା ଯେ ସଂଶୋଧିତ ଆଦେଶନାମା ୧୯୯୨ ଓସିଏସ୍ ପଦୋନ୍ନତି ରୁଲ୍ ର ବିରୋଧାଚରଣ କରୁଛି ।  ୧୯୯୨ ଓସିଏସ୍ ପଦୋନ୍ନତି ଆଇନ ଅନୁଯାୟୀ କେବଳ ଜି.ଏ ଓ ପି. ଜି ବିଭାଗର ଏହି ଅଧିକାର ରହିଛି ।  ଏସ୍ ସି ଓ ଏସ୍ ଟି ବିଭାଗ ସଂଶୋଧିତ ନିର୍ଦ୍ଦେଶନାମା ପ୍ରଣୟନ ଲାଗି ଜି. ଏ ଓ ପି. ଜି ବିଭାଗର ଅନୁମୋଦନ ନିଆଯାଇ ନ ଥିଲା ।

ସମ୍ବିଧାନର ଧାରା ୧୬-(୪)(କ) ଓ ସର୍ବୋଚ୍ଚ ନ୍ୟାୟାଳୟର ଏମ୍. ନାଗରାଜ ଓ ଜର୍ଣ୍ଣେଲ ସିଂହ ମାମଲାର ଆଦେଶନାମାକୁ ଆଧାର କରି ଓଡ଼ିଶା ସରକାରଙ୍କ ପ୍ରତ୍ୟେକ ବିଭାଗ ଆଗାମୀ ଦିନରେ ହେବାକୁ ଥିବା ପଦୋନ୍ନତି ନିମନ୍ତେ ଏସ୍. ସି ଓ ଏସ୍. ଟି ବିଭାଗର ପଦୋନ୍ନତି ପ୍ରାର୍ଥୀତ୍ବକୁ ନେଇ ବିଚାର କରି ପାରିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ  ।  ଆଵେଦନକାରୀଙ୍କ ପକ୍ଷରୁ ବରିଷ୍ଟ ଆଇନଜୀବୀ ବୁଦ୍ଧଦେବ ରାଉତରାୟ ଏହି ମାମଲାକୁ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL