ଜାତୀୟ

ଅଜିତ ପୱାରଙ୍କ ମୃତ୍ୟୁ : ତଦନ୍ତ ଆରମ୍ଭ କଲା ସିଆଇଡ଼ି

ମହାରାଷ୍ଟ୍ର: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପୱାରଙ୍କ ମୃତ୍ୟୁ ଘଟଣାରେ ଅପରାଧ ତଦନ୍ତ ବିଭାଗ (CID) ତଦନ୍ତ ଆରମ୍ଭ କରିଛି । ବାରାମତୀରେ ବିମାନ ଦୁର୍ଘଟଣାରେ ପୱାର ଏବଂ ଅନ୍ୟ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିଲା ।

ଗତ ୨୮ ତାରିଖରେ ପୁଣେ ଜିଲ୍ଲାର ବାରାମତୀରେ ବିମାନ ଦୁର୍ଘଟଣାଜନିତ ମୃତ୍ୟୁ ମାମଲାର CID ତଦନ୍ତ ପାଇଁ ମହାରାଷ୍ଟ୍ର ପୁଲିସ୍ ନିର୍ଦ୍ଦେଶ ଜାରି କରିଛି । ସ୍ଥାନୀୟ ପୁଲିସ ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS)ର ଧାରା ୧୯୪ ଅନୁଯାୟୀ ଦୁର୍ଘଟଣାଜନିତ ମୃତ୍ୟୁ ମାମଲା ପଞ୍ଜିକୃତ କରି ଏହାକୁ CID କୁ ହସ୍ତାନ୍ତର କରିଛି । ଘଟଣା ଦିନ ପୱାର ନିଜ ବ୍ୟକ୍ତିଗତ ବିମାନ Learjet 45ରେ ମୁମ୍ବଇରୁ ଉଡ଼ାଣ ଭରିଥିଲା । ବାରାମତୀରେ ଅବତରଣ ସମୟରେ ଏୟାରଷ୍ଟ୍ରିପର ଧାରରୁ ପ୍ରାୟ ୨୦୦ ମିଟର ଦୂରରେ ଦୁର୍ଘଟଣାଗ୍ରସ୍ତ ହେବା ପରେ ପଓ୍ବାରଙ୍କ ସମେତ ବିମାନରେ ଥିବା ସମସ୍ତଙ୍କର ମୃତ୍ୟୁ ହୋଇଥିଲା ।

ତେବେ ପୁଲିସ୍ ଅଧିକାରୀ କହିଛନ୍ତି ଯେ CID କର୍ମଚାରୀଙ୍କ ଏକ ଦଳ ସେମାନଙ୍କର କାମ ଆରମ୍ଭ କରିଛି । CID ସ୍ଥାନୀୟ ପୁଲିସଠାରୁ ଘଟଣା ସମ୍ପର୍କିତ ସମସ୍ତ କାଗଜପତ୍ର ସଂଗ୍ରହ କରିଛି ବୋଲି ସୂଚନା ଦେଇଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL