ଭୁବନେଶ୍ଵର: ଓଡିଶାରେ ବ୍ୟାନ ହେବନି ପାନ ମସଲା । ସିଟି ଆଣ୍ଡ ଜିଏସଟି ଓ ଅର୍ଥ ବିଭାଗକୁ ଚିଠି ଲେଖି ଏନେଇ ସ୍ପଷ୍ଟୀକରଣ ରଖିଲା ସ୍ବାସ୍ଥ୍ୟ ବିଭାଗ । ପାନ ମସଲାରେ ଟବାକୋ, ନିକୋଟିନ୍ ନଥିବାରୁ ବ୍ୟାନ ହେବନି ।
ଜାତୀୟ ହାର ଠାରୁ ଦୁଇ ଗୁଣ ଅଧିକ ଓଡିଶାରେ ତମ୍ବାଖୁ ସେବନ କରୁଛନ୍ତି । ତମାଖୁ, ଜର୍ଦ୍ଦା, ଖଇନି, ଗୁଡ଼ାଖୁ ଆଦି ବ୍ୟବହାର ଯୋଗୁ କର୍କଟ ବଢ଼ୁଛି । ବିଶେଷ କରି ମୁଖ ଗହ୍ୱରଠାରୁ ଆରମ୍ଭ କରି ଖାଦ୍ୟନଳୀ କର୍କଟ, ପାକସ୍ଥଳୀ କର୍କଟ, ଗଳା କର୍କଟରେ ଅନେକ ଆକ୍ରାନ୍ତ ହେଉଛନ୍ତି । ଯୁବବର୍ଗ ଧୂମପାନ, ପାନ, ଗୁଆ, ଧୂଆଁପତ୍ର ବ୍ୟବହାର କରି ଅକାଳରେ ମୃତ୍ୟୁମୁଖରେ ପଡ଼ୁଛନ୍ତି ବୋଲି ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଥିଲା ।
ଦ୍ୱିତୀୟ ରାଉଣ୍ଡ ଅଫ୍ ଗ୍ଲୋବାଲ୍ ଆଡଲ୍ଟ ଟବାକୋ ସର୍ଭେ ଅନୁସାରେ ଓଡ଼ିଶା ଜନସଂଖ୍ୟାର ୪୨% ଲୋକ ତମାଖୁ ସେବନ କରୁଛନ୍ତି । ଯାହାକି ଜାତୀୟ ହାରଠାରୁ ଦୁଇ ଗୁଣା ଅଧିକ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟ ସରକାର ଓଡ଼ିଶାରେ ଗୁଟଖା, ପାନ ମସଲା, ଜର୍ଦ୍ଦା, ଖଇନି ଓ ତମ୍ବାଖୁ ଓ ନିକୋଟିନ୍ ଯୁକ୍ତ ଖାଦ୍ୟ ପଦାର୍ଥ ବିକ୍ରୟ ଉପରେ ପ୍ରତିବନ୍ଧକ ଜାରି କରିଥିଲେ । ହେଲେ ଏବେ ସରକାର ନିଜ ନିଷ୍ପତ୍ତିରୁ ଓହରିଛନ୍ତି ।






